STORYMIRROR

Bhabani charan Mishra

Others

3  

Bhabani charan Mishra

Others

ଅଜବ୍ ଝିଅ ମାମା

ଅଜବ୍ ଝିଅ ମାମା

1 min
13.6K


ଛାଡ ଛାଡ ଏଇ କାହାକୁ କି କିଏ

ଏମିତି କୁଣ୍ଢେଇ ଧରେ..?

ତୁମ .." ମରିଯିବି " ଶୁଣିବା ଆଗରୁ

ମୁଁ ମରିଯାଇ ପାରେ..!!

ତୁମେ ବି ଅଜବ୍ ଝିଅଟେ ନା "ମାମା"

ଆଖି ତଳୁ ବନ୍ୟା ଝରେ..।

ତୁମ ଅମାନିଆ ଲୁହରେ ମୋ ପ୍ରିୟା

ମୁଁ ଭାସିଯାଇ ପାରେ..॥

କେମିତି କହୁଛ କୋଉ ଝିଅ ସଙ୍ଗେ

ଦେଖିଥିଲ ମୋତେ ଥରେ..।

ସପନ ତ ଖାଲି ସପନ ପାଗଳୀ

ସତ କେବେ ହେଇ ପାରେ..??

ତୁମ ସ୍ମୃତି ପରା ସାରା ରାତି ନିତି

ହୃଦୟ ମୋହର ଚିରେ..।

କେମିତି କହୁଛ କାହାକୁ ନେଇ ଏ

ସହର ସାରା ମୁଁ ଘୂରେ..!!

ନିଜକୁ ବି ନିଜେ ଜାଣି କି ପାରନା

ରାତିର ଅନ୍ଧାର ପରେ..?

ତୁମେ ହିଁ ତ ଫେର ସପନରୁ ମୋର

ଝମ୍ ଝମ୍ ହେଇ ଥରେ..॥

ତୁମ ଚିଠି ପଢି ତୁମେ ହିଁ ପଚାର

ଚିଠିଟି ସତେ କାହାର..?

କେବେ ମୁଁ ଲେଖିନି "ତୁମ ବିନା ହାଏ

ମରିଯିବି ପ୍ରିୟ ମୋର"..॥

ଧଳା ସର୍ଟ୍ ପରେ ଗୋଲାପୀ ଛିଟାଏ

କିଏ ସେ ଚଞ୍ଚଳା ଝର..?

ହେନା ହେନା ହେଇ କାହିଁ ଏତେ ବାସ

ବାସ କାହା ପସନ୍ଦର..??

ବିରହରେ ତୁମେ ଉଦାସ ଯା’ ଥିଲ

ସନ୍ଦେହରେ ଝରଝର..।

କେମିତି କହିବି ମୁଁ ତୁମର' ପ୍ରିୟା

ତୁମେ ମୋର..ତୁମେ ମୋର..!!

କାହିଁକି ଯେ ସତେ ଭାବି ହୁଅ ଏତେ

ସନ୍ଦେହୀ ପ୍ରିୟା ମୋର..।

ତୁମ ବିନା କିଏ ଅଛି ମୋ ଜୀବନେ

କେମିତି ଯେ ଭାବି ପାର..??

ତୁମ ପାଇଁ ସାରା ହୃଦୟ ଖୋଲିଲି

କୋଉଠି ଆଉ ଅନ୍ଧାର..?

କାହାକୁ ଯେ ନିତି ଖୋଜି ମୋ ହୃଦୟେ

ନିଶ୍ଵାସ ହେଉଛି ଖର..??

ସରଗରୁ ତୋଳା ସଦ୍ୟ ପାରିଜାତ

ହାଏ ପ୍ରିୟତମା ମୋର..।

ତୁମ ରୁପ ତଳେ ବାକି ସବୁ ପରା

ଯକ୍ଷ ରାକ୍ଷସ କିନ୍ନର..॥

ଆଜିକାଲି ବେଶି ହସ ହସ ଲାଗ

କିଏ କି କଲା ମନ୍ତର..?

କହି ବି ହଉନି ସହି ବି ହଉନି

ଏ'କି କଲ ପ୍ରିୟ ମୋର..??

ତୁମେ ବି ଅଜବ୍ ଝିଅଟେ ନା "ମାମା"

କିଛି ନାଇଁ ବୁଝିବାର..।

ଭଲ ପାଏ ବୋଲି କହିତ ନଥିବି

ବୁଝିବ ଯେ ପ୍ରେମ ମୋର..॥

bhabani charan mishra

mohana (gajapati )

9438187739


Rate this content
Log in