STORYMIRROR

Bhabani charan Mishra

3  

Bhabani charan Mishra

ଲେଖୁ..ଲେଖୁ..

ଲେଖୁ..ଲେଖୁ..

1 min
13.4K


ଜୀବନ ଏମିତି ଜଳୁଥିବା ଜୁଇ..

ଦହନ ତ ବେଶି ..

ଦେଖା ଯାଏ ନାହିଁ ॥

ହୃଦୟ ଏମିତି ବୋହି ଗଲା ନଇ..

କେବେ ଯାଏ ଶୁଖି

କେହି ଜାଣେ ନାହିଁ..॥

ମନ ଏମିତି କା ଅବୁଝା ଚଢେଇ...

ବତାସ ମଝିରେ

ବସା ବାନ୍ଧୁ ଥାଇ..॥

ଦେହ ଏମିତିକା ଅଲୋଡା କୋକେଇ...

ଜଳେ ଦିନ ରାତି ..

ଧୁଆଁ ଦିଶେ ନାହିଁ..॥

ଏ ଆଖିର ଲୁହ ଅନ୍ଧାରେ ଝରଇ...

କେତେ ଝରେ ସତେ

କହି ହୁଏ ନାହିଁ..॥

କାହା ମନ ଏଠି କେହି ବୁଝେ ନାହିଁ...

ତଥାପି ତ ମନୁ

ଭୁଲି ହୁଏ ନାହିଁ..।

କେତେ ସହି ହୁଏ କେତେ ହୁଏ ନାହିଁ

ମନ ହାରି ଗଲେ

ଲୁହ ଯାଏ ବୋହି..॥

ରୁତୁ ବଦଳିଲେ ବଦଳେ ତ ନଇ ॥

ସୁଖିଲା ନଇରେ

ନାଆଁ ଚାଲେ ନାହିଁ..॥

କାଲି ଯେ ନିଜର ଆଜି ଚିହ୍ନେ ନାହିଁ..

ଦୀପ ହେଇ ନିତି

ଜଳୁଛି ଯା ପାଇଁ..॥

ହୃଦୟ ଭିତରେ ଜଳି ଗଲେ ଜୁଇ

ସେ ପାଉଁଶ ତଳୁ

କିଛି ମିଳେ ନାହଁ..॥

ହଜିଲେ ନିଜକୁ ଖୋଜିହୁଏ ନାହିଁ..

ହସ କାନ୍ଦ ସେଠି

କିଛି ମାନେ ନାହଁ..॥

ଜଗିଛି ଜୀବନ ଜଳିଯିବା ପାଇଁ

ଥରେ ଜଳି ଗଲେ

ଆଉ ଜଳେ ନାହଁ..॥

କେତେ ଗଲେ ଜଳି ହିସାବ ତା ନାହିଁ

ଏଠି ଜଳୁ ସେଠି

କେହି ଜାଣେ ନାହିଁ..॥

ହସର ନଇରେ ଲୁହ ଯାଏ ବୋହି ॥

ସେ ନଇରେ ବୁଡି

ହସୁ ଥାଏ ମୁହିଁ ॥

ଅନ୍ଧାରକୁ ହାତ ମୁଠାରେ ମୁଁ ନେଇ

ଖୋଲିଲେ ଆଲୁଅ

ଅନ୍ଧାର ତ ନାହିଁ..॥

ହଜିଯାଏ କଥା ରାତିଗଲେ ପାହି

ଅନ୍ଧାର ରାତିର

ସାକ୍ଷୀ କିଏ କାହିଁ..???

*************

ହା..ହା..ହା..

॥ ଜୟ ଜଗନ୍ନାଥ ॥

buabani charan mishra.

mohana (gajapati })

9438187739


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍