STORYMIRROR

Bhabani charan Mishra

Tragedy

2  

Bhabani charan Mishra

Tragedy

ପାଗଳ ଭଅଁର

ପାଗଳ ଭଅଁର

1 min
13.6K


ଜଳିଗଲି ବୋଲି ଦୁଃଖ ନାହିଁ ମୋର..

ତୁମେ ଯେବେ ଜାଳିଦେଲ..।

ଦୁଃଖ ତ ଲାଗୁଛି ଜାଳିଜାଳି ମୋତେ..

ଲୁହ ଯୋଉ ଢାଳୁଥିଲ..॥

ମୁଠେ ପାଉଁଶ ମୁଁ ଉଡିଯିବି ନିଶ୍ଚେ..

ସରିଲା ମୋ କଲବଲ..।

ସ୍ମୃତିଟା ତୁମକୁ ଜାଳୁଥିଲା ବୋଧେ..

ଫେରି ଫେରି ଚାହୁଁ ଥୁଲ..!!

ପାଦରେ ତୁମର କଣ୍ଟା ଫୁଟିଗଲା..

ଉଃ..ବୋଲି ପାଟିକଲ..।

ତୁମ ଯନ୍ତ୍ରଣାରେ ପୁଣି ମରିବାକୁ..

ଜୀବନ କି ଦେଇଥିଲ..??

ପାଦ ଯନ୍ତ୍ରଣାକୁ ହୃଦୟ ବେଦନା..

ତୁଳନା ନ କଲେ ଭଲ..।

କେମିତି ମରିଛି ତୁମପାଇଁ

ବୋଧେ ଅନୁଭବ କରୁଥିଲ..॥

ଫେରି ଚାହୁଁ ଚାହିୁଁ ନାଆଁ ଧରି ଯେବେ..

କଇଁ କଇଁ କାନ୍ଦିଦେଲ..।

ତୁମକୁ କୋଳେଇ କାନ୍ଦିବାକୁ ପ୍ରିୟା

ନଥିଲା ମୋର ସମ୍ବଳ..॥

ତୁମ ହୃଦୟରେ ପ୍ରିତି ମୁହୂର୍ତ୍ତରେ..

ଜୀଆଁଈ ମୋତେ ରଖିଲ..।

ମୁଁ ବା କେମିତି ମରିପାରେ..

ତୁମେ ହୃଦୟ ଯୋ' ମୋତେ ଦେଲ..।॥।॥


॥ ଜୟ ଜଗନ୍ନାଥ॥

bhabani charan mishra.

mohana (gajapati )

9438187739


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy