STORYMIRROR

Bhabani charan Mishra

Others

2  

Bhabani charan Mishra

Others

ପ୍ରିୟା ମୋର ଏ କି କଲ

ପ୍ରିୟା ମୋର ଏ କି କଲ

1 min
14.4K


ତୁମ କଥା ଥରେ ଭାବି ଦେଲେ ପ୍ରିୟା

ହୁଏ ଭାରି କଲବଲ..।

ଯେତେ ଲିଭେଇଲେ ଲିଭୁନି ଏ ମନେ

ଯାହା ଲେଖିଦେଇ ଗଲ..॥

ଅମୃତ କାହିଁକି ପରଷିଲ ଟୋପେ

ବିଷ କାହିଁକି ନ ଦେଲ..?

ଜଳନ୍ତା ଜୁଇରେ ଜୀଅନ୍ତା ଜଳୁଛି

ମରଣ ତା ଠାରୁ ଭଲ..॥

ତୁମ ପାଖେ ସବୁ ହାରିଗଲା ପରେ

ଜୀବନକୁ ବାଜି କଲ..।

ସେତକ ହାରିବା ଆଗରୁ ମୋ ପ୍ରିୟା

ଅମୃତ ଚଖେଇ ଗଲ..॥

ପ୍ରେମର ଶାଣିତ ଅସ୍ତ୍ର ଧାରେ

ମୋର ହୃଦୟକୁ ଭାଗ କଲ..।

ପ୍ରେମ ପାରିଜାତ ଅଧା କରେ

ଅଧା ବିରହ ବିଷେ ଜାଳିଲ..॥

ଜୀଇଁବି ହଉନି ମରିବି ହଉନି

ତୁମେ କ’ଣ ବୁଝୁଥୁଲ..?

ମଝି ଦରିଆରେ ହାତ ଛାଡି ତୁମେ

ସରଗରେ ପାଦ ଦେଲ..॥

ଫଗୁଣ ରାତିର ଉଦିଆ ଜହ୍ନ ଗୋ

ଉଆଁସୀ ଅନ୍ଧାର ଦେଲ..।

ଚୋରା ଚଇତର କୁହୁକ ଦେଖେଇ

ଶ୍ରାବଣ ଆଖିରେ ଦେଲ..॥

ସାରା ରାତି ନିତି ସପନେ ଖୋଜିଛି

କାକର ହେଇ ଲିଭିଲ..।

ସ୍ମୃତି ଚଉରାର ସଳିତା ମୁଁ

ତୁମେ ପାଉଁଶ କରିକି ଗଲ..॥

ପ୍ରିୟା ମୋର ଏକି କଲ..?

ମୁଁ ନଥିଲେ ନାହିଁ ମୋ ସ୍ମୃତିରେ ହଉ..

ଥରୁଟେ ତ କୁହ..

ତୁମେ ବି ପାଇଛ ଭଲ..।

ହାଏ..

ତୁମେ ବି ପାଇଛ ଭଲ..॥।॥

bhabani charan mishra.

mohana ( gajapati )

9438187739


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍