ଫୁଲ୍ ଝରି
ଫୁଲ୍ ଝରି
ତୁମେ ଝୁମ୍ କରି ଥରେ ପାଦ ଥୋଇଦେଲେ
ଏଇ ହୃଦୟରେ ସହସ୍ର ପଦୁଅଁ ଫୁଟେ..।
ତୁମ ଅଳପ ହସଟା ବଳିଗଲେ ସତେ
ମୋତି ମାଳି ଛିଣ୍ତି ଖସେ..॥
ଓଠ ଧାରେ ସତେ ଅସ୍ତ ସୂରୁଜର
ନାଲି ଯାଏ କେବେ ଭରି..।
ତୁମ ସଜଳ ଆଖିର କଜ୍ଜଳ ଧାରରେ
କାମଦେବ ଯିବ ମରି..॥
ତୁମ କଅଳ ବୟସୀ ଛନ୍ଦାୟୀତ ଦେହେ
ବିଧାତାର ହଜେ ବୁଦ୍ଧି..।
ରାକ୍ଷସଗଣରୁ ଅର୍ଦ୍ଧେକ ମଲେଣି
ତୁମ ଲୋଭେ ଯୁଝି ଯୁଝି..॥
ତୁମ ଆଖିର ଭାଷାରେ ମହୁଆ ନିଶାରେ
ଥରୁଟେ ବୁଡିବା ପାଇଁ..।
ଗୋଟିଏ ଜନମ ପାଇବ ନାଇଁ ଗୋ
ଦୁଃଖ ଲାଗେ ସେଥିପାଇଁ..॥
ତୁମ ପାଦର ପାଉଁଜି ଝୁମ୍ ଝୁମ୍ ହେଲେ
ହୃଦୟଟା ଥରେ କାହିଁ..?
ଡର ଲାଗେ କାଳେ ଚୁଡି ଶବଦରେ
ଜୀବନ ତ ଯିବ ନାହିଁ..??
ତୁମ ଦେଖି ନ ଦେଖିବା ଆଖିର ଚାହାଣି
ହୃଦୟ ଦଉଛି ହାଣି..।
ତୁମ ବେଖିଆଲ ଢଙ୍ଗ ବେପରୁଆ ଠାଣି
ସତେ ବଢି ନଇ ପାଣି..॥
ତୁମ ଦେହର ବାସ୍ନାରେ ଭ୍ରମର ପାଗଳ
ଏଥର ପଡେ ମୋ ପାଳି..।
ମର ଦୁନିଆରେ କି ହେବ ଜୀବନ
ଭଲ ହେବ ଥରେ ଜଳି..॥
ତୁମ ସେ କାମନା ନିଆଁର ଲୋଭ ତ
ଦେବେ ନ ପାରନ୍ତି ଛାଡି..।
ଯାହା ହବ ଥରେ ହୋଇଯାଉ
ଆଉ ଫେରିବିନି ଆଗେ ବଢି..॥
ଲକ୍ଷେ ବସନ୍ତକୁ ଏକ ସାଥେ କିଏ
ତୁମ ଦେହେ ଦେଲା ଛାଡି..।
ଚାହିଁ ଦେଲେ ତୁମେ ସହସ୍ର ବିଜୁଳି
ମୋ ଦେହରେ ଯାଏ ପଡି..॥
ସପନରେ ତୁମେ ଆସୁ ଆସୁ କେବେ
ନିମିଷକେ ଯାଅ ଫେରି..।
ସେଇ କ୍ଷଣେ ଯାହା ଜୀଉଁଛି ମୋ ପ୍ରିୟା
ସାରା ଜୀବନ ମୁଁ ମରି..॥
ତୁମେ ସତେ ଭଲ ପାଅ କି ନପାଅ
ଆହା ମୋ କନକ ଗୋରୀ..।
ନାହିଁ ବୋଲି କେବେ କହିବ ନାହିଁ ଗୋ
ମୁଁ ଯାଇପାରେ ମରି..॥
କେବେ ସତେ ତୁମେ ଆସିବ ସତରେ
ଆହା ମୋର ଫୁଲ୍ ଝରି..?
ସେଇ ଦିନ ସତ ଏ ମର ମରତ
ଲାଗିବ ସରଗ ପୁରି..॥
**************
bhabani charan mishra
m9hana (gajapati )
9438187739
