STORYMIRROR

Bhabani charan Mishra

Tragedy

2  

Bhabani charan Mishra

Tragedy

ଅଭିଶପ୍ତା

ଅଭିଶପ୍ତା

1 min
14K


ଅଭିଶପ୍ତା ଏକ ଅହଲ୍ୟା ହେଇ ମୁଁ

ଝୁରେ ରାମ ପଦ ଧୁଳି..।

ବନ୍ଦିନୀ ଜନକ ନନ୍ଦିନୀ ହେଇ ମୁଁ

ଅଶୋକ ବନେ ରହିଲି..॥

ଅଗ୍ନୀ ସମ୍ଭୁତା ମୁଁ ପାଞ୍ଜାଳୀ ଦାସୀ

ଦାବାନଳେ ଜଳିଗଲି..।

ଅନ୍ଧ କୁରୁସଭା କପଟ ପଶାରେ

ପରାଜିତ ବାଜି ହେଲି..॥

ହେ..କୃଷ୍ଣ କେଶବ ..

ହେ..ପ୍ରାଣ ବାନ୍ଧବ ..

ତୁମେ ଥାଉ ନାଶ ଗଲି..।

ତୁମ ପଦ ତଳ ମନ୍ଦିକିନୀ କାହିଁ

ଅପବିତ୍ରା ଲୁହ ହେଲି..॥

ଭଗିନୀ ଜନନୀ ଜାୟା ହୋଇ ସୁଧା

ମାଟି ଠାରୁ ହୀନ ହେଲି..।

ପାତକ ନାଶିନୀ ତଥାପି ପାପିନୀ

ନିନ୍ଦା ନର୍କେ ଜଳିଗଲି..॥

ପର ପାଇଁ ପ୍ରତି କ୍ଷଣ ଜଳି ଶେଷ

ପାଉଁଶ ମୁଠେ ମୁଁ ଖାଲି..।

କଳଙ୍କ କାଳୀ ରେ ସମୟ ଲେଖିଲା

ଅଭାଗିନୀ ନାରୀ ବୋଲି..॥

*******************


ହେ..ଜଗନ୍ନାଥେ..

bhabani charan mishra

mohana (gajapati )

9438187739


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy