ମା
ମା
ମା ବୋଲି ଗୋଟେ ଅକ୍ଷର ଭାବିଲେ
କେତେ ଭାବ ଆସେ ଧ୍ୟ୍ୟାନେ..।
ମା ଅକ୍ଷରରେ ମହିମା କି ଅଛି
ଆନନ୍ଦ ଭରୁଛି ମନେ..॥
ନୀତି ନିର୍ଯ୍ୟାସର ପାଣ୍ତୁ ଲିପି ସେଇ
ଅଟଇ ସନ୍ତାନ ପାଇଁ..।
ଦରୋଟି ଭାଷାରେ ବୁଝାଏ ସେ ନିତି
କେତେ ଧର୍ମ ବାଣୀ କହି..॥
ବିନ୍ଦୁ ବିନ୍ଦୁ କରି ଆଦର ସିଞ୍ଚୁଛି
ସାଗର ଅନ୍ତରୁ ତାର ।
କଳା ମେଘ ପରି ଆଖି ଦୁଇ ସଦା
ସୃଷ୍ଟି ପାଇଁ ଝାରେ ଝର..॥
ସେନେହ ସାଗର ସରିବନି ତାର
କାହିଁକି ନ ଦେବ ଝାରି ।
ମର ଦୁନିଆଁର ଅମର ସନ୍ତାନେ
ନ ହେବ କେମିତି ଝୁରି..॥
ଉଚ୍ଚ ଗିରି ମନୁ ମମତା ଝରଣା
ଝରୁଅଛି ଅବିରତ ।
ସନ୍ତାନ ଦେଇନି , ପାରିବନି ଦେଇ
ପ୍ରତିଦାନ ଚେଷ୍ଟି ଶତ..॥
ଜୀବନ ଦେଇ ବି ଜୀଈଁ ରହୁ ଚାହେଁ
ଜୀବନ ଧନ ତାହାର..।
ଜୀବନେ ଯେ କେବେ ଚାହେଁନା ତାହାକୁ
ଜୀବନ ଚାହେଁ ସେ ତାର..॥
ଗୋଟିଏ ଜନମେ ପାରିବିନି ସୁଝି
କୋଟିଏ ଜନମେ ବି,ନା..।
କେମତି ସୁଝିବି କୋଟିଏ ମାତାଙ୍କୁ
କେତେ କୋଟି ଜନମେ ମା...॥
ହତାଦର ମୋର ଆଦରି ହୃଦୟେ
ମାଗିଛୁ ମୋର ସୁକର୍ମ..।
ଅମୃତ ପିଇ ମୁଁ ବଷ ଢାଳେ ସର୍ପ
ଧୀକ ମୋର ଏଇ ଜନ୍ମ..॥
ଗଙ୍ଗାରୁ ଜନମି ପାପୀ ଯେ କେମିତି
ଅଜ୍ଞାନ ସନ୍ତାନ ତୋର..?
ପାପ ନାଶିନୀ ତୁ ପାପ ଦେବୁ ଧୋଇ
ପାଦରେ ଶରଣ ତୋର..॥
ମାଆର ଅନ୍ତର ଚିହ୍ନି ନାହିଁ ଧାତା
ମୁଁ କବା ଚହ୍ନିବି ଛାର ।
ଅବୁଝା ମନର ଅଝଟ ପଣକୁ
କ୍ଷମା ଦେବୁ ଜନ୍ମାନ୍ତର..॥
ଅନ୍ତରେ ଥିବୁକି ଅନ୍ତରେ ଥିବୁତୁ
ଅନ୍ତରେ ଭାବିବି ମୁହିଁ..।
ଜନମୁ ମରଣେ ମରଣୁ ଜନମେ
କୋଳେ ତୋର ଥିବି ଶୋଇ..॥
*****************
॥ ଜୟ ଜଗନ୍ନାଥ ॥
bhabani charan mishra
mohana ( gajapati )
9438187739
