STORYMIRROR

Golak Bihari Sahoo

Abstract

2  

Golak Bihari Sahoo

Abstract

ତଥାପି ଜୀବନ ପ୍ରେମମୟ

ତଥାପି ଜୀବନ ପ୍ରେମମୟ

1 min
148

ଜୀବନଟା କେବେ ହତାଶା ଲାଗେ, ଦୁଃଖ ନିରାଶାର ଯନ୍ତ୍ରଣା ଭୋଗେ

ଦୁଃଖ ଯନ୍ତ୍ରଣାର ଝରଣା ବହେ, ସେ ଝରଣା ମିଶି ଗଙ୍ଗା ବନାଏ

ଜୀବନ ଗଙ୍ଗା ହୁଏ ଆବିଳ, ଜୀବ କ୍ଲେଶେ ନଷ୍ଟ ମନର ବଳ

ତଥାପି ଜୀବନ ଗଙ୍ଗା ପବିତ୍ର, ମଣିଷ ଜୀବନ ଲାଗେ ଅମୃତ

ଆଶାର ପ୍ରାପ୍ତିରେ ଫୁଟଇ ହସ, ଜୀବନେ ଝରଇ ପ୍ରେମର ରସ

ଜନନୀ ଜାୟା ଭଗିନୀ ଭାଇ, ବନ୍ଧୁ ପରିଜନୁ ସେନେହ ପାଇ

ପ୍ରିୟା ପ୍ରିୟତମ ପ୍ରେମ ରସରେ, ଭିଜି ଭିଜାଇଲେ ହାସ୍ୟ ରସରେ

ଦୁଃଖ ଯନ୍ତ୍ରଣାର ହୁଅଇ ଅନ୍ତ, ପ୍ରେମମୟ ଲାଗେ ଜୀବନ ପଥ

ସେ ରସେ ପ୍ଲାବିତ ହେବାର ପାଇଁ, ଜପୁଥାଇ ସଦା ଅନନ୍ତ ସାଇଁ

ପୁନର୍ଜନ୍ମ ଦେଇ କର ମଣିଷ, ବଞ୍ଚିତ ନ କରି ପ୍ରେମ ସୁବାସ

ଜୀବେ ପ୍ରେମ ଦୟା କରୁଣା ବାରି, ମଣିଷ ଜୀବନେ ଯାଉତ ଝରି

ଆଶା ନିରାଶାର ଜୀବନ ନେଇ, ବଞ୍ଚି ରହିବାକୁ ମଣିଷ ବାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract