Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Action Inspirational Others

3  

Akshayakumar Dash

Action Inspirational Others

ଠାକୁରାଣୀ

ଠାକୁରାଣୀ

1 min
186


ଭୋଦୁଆ ଗଲା ଶରତ ଖସିଲା

କାର୍ତ୍ତିକ ନୋହିଲା, କଥା ଦେଇଥିଲ

ଆମ ଗାଁ ଆଡେ ଆସିବାକୁ ରାଣୀ

ମଗୁସୁର ଆସି ହୋଇଲା,

ରାଣ ତୁମ ଠାରେ ରହିଲା ।


ସୁନା ପାଟ ଆମ ଗାଁ ପଛ ପଟ

ଆଗକୁ ନଈର ପଠାରେ

ସୋରିଷ ଫୁଲିଆ ତୁମ ଗୋରା ତନୁ

ଶାଢ଼ୀ ଢାଙ୍କି ହୋଇ ମଠାରେ  ।


ଆମ ଗାଁ ମୁଣ୍ଡ ପଦୁଅଁ ପୋଖରୀ

କାଚକେନ୍ଦୁ ପାଣି ଭିତରେ

ଢୋଲିଆଣିଦେଵି ଭାର ଭାର ଫୁଲ

ପୂଜିବି କହୁଛି ସତରେ  ।


ଲିପିପୋଛି ସଫା ସୁତରା କରିବି

ଖଟୁଲି ଥୋଇବି ଠାହାରେ 

ଚାରିଆଡେ ଝୋଟି ଚିତା ପକେଇବି

ଘରକି ଦୁଆର ବାହାରେ ।


ମାଣ ବସେଇବି ସିନ୍ଦୁର ଲଗେଇ

ଜାତି ଜାତି ପନିପରିବା

ଶୁକ୍ଳ ଧାନ ଥୋଇ କଳସ ବସେଇ

ଗୁଆ କଉଡ଼ି କୁ ଭରିବା  ।


ଘିଅ ଦୀପ ଦେଇ ଝୁଣା ଧୂଆଁ ପାଇ

ବନ୍ଦେଇବି ହୁଳହୁଳିରେ

ରଖିଛି ସାଇତି ପୂଜା ବହି ପଢି

ପୂଜିବି କହୁଛି, ଆସ ଠାକୁରାଣୀ

ମୋଘରକୁ ଥରେ ବୁଲିରେ ।


Rate this content
Log in

Similar oriya poem from Action