STORYMIRROR

Bijoy Jena

Action Classics Inspirational

3  

Bijoy Jena

Action Classics Inspirational

ବାହୁଡ଼ା ଯାତ୍ରା

ବାହୁଡ଼ା ଯାତ୍ରା

1 min
216


ବାହୁଡ଼ି ଆସିବେ  କାଳିଆ ସାଆନ୍ତ

  ଶରଧା ବାଲିରେ ରଥ

କେତେ ଭକତଙ୍କ ଗହଳ ଚହଳ

    ଅନାଇ ରହିଛି ପଥ।

ହେରା ପଞ୍ଚମୀରେ ଲକ୍ଷ୍ମୀ ସାଆନ୍ତାଣୀ

    ଆସିଥିଲେ ଏକାକିନୀ

ଗଲାବେଳେ ଗଲେ  ରାଗ ତମତମ

    ଚକ ଭାଙ୍ଗି ଅଭିମାନୀ।

ତିନିରଥ ଏବେ  ଦକ୍ଷିଣ ମୋଡରେ

    ଭକତେ ଅଛନ୍ତି ଚାହିଁ

ଦାରୁକ ମାତଳୀ  ଅର୍ଜୁନ ସାରଥୀ

    ଅପେକ୍ଷାରେ ଛନ୍ତି ରହି।

ଡାହୁକ ଡାକୁଛି କେତେଭାବେ ବୋଲି

    ଶୁଣ ହେ ଭକତେ ଶୁଣ

ଶ୍ରୀ ଜଗନ୍ନାଥଙ୍କ ରାଣ ଖାଉଅଛି

    ଆନନ୍ଦେ ରଥକୁ ଟାଣ।

ଡାକେ ଶ୍ରୀମନ୍ଦିର ରତ୍ନ ସିଂହାସନ

   ଲକ୍ଷ୍ମୀ ବେବୀଙ୍କର ମାନ

ସବୁ ଆଶା ସ୍ବପ୍ନ ପୂରଣ କରିବେ

   ପ୍ରଭୁ ମୋ ଜଗ ମୋହନ।



Rate this content
Log in

Similar oriya poem from Action