ତରଣୀ ସେନ ବଧ
ତରଣୀ ସେନ ବଧ
ଯୁଦ୍ଧ ପରିଣାମ ଦେଖିଣ ରାବଣ
ମନରେ ବହୁତ ଦୁଃଖ
ଭାଇ କୁମ୍ଭକର୍ଣ୍ଣ, ସହ ପୁତ୍ରଗଣ
ଯୁଦ୍ଧେ ହୋଇଲେ ନିହତ
କରି ରଣ।
କାଲି କିଏ ଯୁଦ୍ଧ କରିବାକୁ ଯିବ
ମନ ମଧ୍ୟେ ଚିନ୍ତାକରେ
ଏହି ସମୟରେ, ଆସି ଉଭାହେଲା
ତରଣୀ ସେନ୍ ଆଗରେ
ଚିନ୍ତେ ହୃଦ
ବିଭୀଷଣ ସୁତ, କରେ ପ୍ରଣିପାତ
ରାବଣର ଚରଣରେ
ଉଠ ଉଠ ଧନ, କହି ଦଶାନନ
ତୋଳି ବହୁତ ଶ୍ରଦ୍ଧାରେ
ମୋର ପୁତ୍ର।
ତରଣୀ ଭାଷଇ, ବିବ୍ରତ କିମ୍ପାଇଁ
କୁହନ୍ତୁ ହେ ଜ୍ୟେଷ୍ଠ ପିତା
ଥାଉ ଥାଉ ମୁହିଁ , ତୁମରି ପାଖରେ
ମନ ତୁମ ବିଷର୍ଣ୍ଣତା
ଦିଅ କହି।
ଭାତ୍ରୁ ପୁତ୍ର ମୋର, ଆସି ମୋ ପାଶର
ଏ ସମୟେ ଉପଗତ
କାଲିର ସମରେ, ସୈନ୍ୟ ସହିତରେ
ଯିବୁ ତୁହି ଯୁଦ୍ଧ କ୍ଷେତ୍ର
ରେ କୁମର।
ବିଭିଷଣ ସୁତ, ହୋଇ ଆନନ୍ଦିତ
ବାହୁଡି ଗଲା ସଦନ
ମାତା, ପତ୍ନୀ ପାଶୁ ମେଲାଣି ଯେ ନେଇ
ପହଞ୍ଚିଲା ଯୁଦ୍ଧ ସ୍ଥାନ
ହରଷିତ।
ପ୍ରଭୁଙ୍କ ଦର୍ଶନ, କରିବାକୁ ମନ
ବହୁତ ଦିନରୁ ଥିଲା
ସେହି ଇଚ୍ଛା ପୁର୍ଣ୍ଣ, ହେବ ଆଜଦିନ
ଦଇବ ମୋତେ ଆଣିଲା
ହେ ଶ୍ରୀରାମ।
ଦେଖି ହନୁମାନ, କରିଲେ ସଂଗ୍ରାମ
ଜିତିଲା ତରଣୀ ସେନ
ମାରି କପି କୁଳ , ଆନନ୍ଦେ ବିହ୍ବଳ
ଦେଖିବ ପୁରୁଷୋତ୍ତମ
ଭାବ ପୁର୍ଣ୍ଣ।
ଭକ୍ତିରେ ଭଜିଲା, ଶ୍ରୀରାମ ଙ୍କ ନାମ
ଜାଣିଗଲେ ରଘୁପତି
କିପରି ମାରିବି ମୋହରି ଭକ୍ତଙ୍କୁ
ବୁଦ୍ଧି ବାଟ ଦିଶୁ ନାହିଁ
ଚିନ୍ତା ହେଲା।
ଆସି ବିଭୀଷଣ, କହିଲା ତକ୍ଷଣ
ରାବଣର ଅନୁଚର
ବ୍ରହ୍ମଶର ମାରି, ହେ କୋଦଣ୍ଡ ଧାରି
କାଟି ଦିଅ କାନ୍ଧୁ ଶିର
ରଘୁରାଣ ।
ବିଭୀଷଣ ବାକ୍ୟ, ଶୁଣି ରଘୁନାଥ
ପ୍ରହାରିଲେ ବ୍ରହ୍ମସର
ହା ରାମ କହିଣ, ସେ ତରଣିସେନ
ପଡ଼ିଲା ଭୂମି ଉପର
ଆଚମ୍ବିତ।
କାନ୍ଦେ ବିଭୀଷଣ, କୁମର ମୋହର
କାହିଁପାଇଁ ଯୁଦ୍ଧ କଲୁ
କହିଲେ ଶ୍ରୀରାମ ତୁମରି ନନ୍ଦନ
ଆମ୍ଭେ ତ ଜାଣି ନ ଥିଲୁ
ଦୋଷ କ୍ଷମ।
ଭକ୍ତ ପୁତ୍ର ତୁମ, ବୈକୁଣ୍ଠ ଧାମରେ
ପାଇବ ନିଶ୍ଚୟ ସ୍ଥାନ
ବିଧିର ବିଧାନ କେ କରିବ ଆନ
କୁହ ମିତ୍ର ବିଭୀଷଣ
ଶାନ୍ତ ମନ।
