Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ତ୍ରିରଙ୍ଗା(ଛନ୍ଦ-ଆଷାଢ଼ଶୁକ୍ଳ)

ତ୍ରିରଙ୍ଗା(ଛନ୍ଦ-ଆଷାଢ଼ଶୁକ୍ଳ)

1 min
195



ଦେଖରେ ଦେଖ ଉଡ଼ଇ ତ୍ରିରଙ୍ଗା

ହୃଦୟ ନିର୍ମଳ ମନଟି ରଙ୍ଗା

ସରବେ ତା' ମନ୍ତ୍ରେ ହେଲେ ମନ୍ତ୍ରିତ

ଜାତୀୟତା ବୋଧ ନିଶ୍ଚେ ଜାଗ୍ରତ

ଯେତେ ଭେଦାଭେଦ

ମନରୁ ହଟିବ ହେବା ଆନନ୍ଦ ।


ତିନୋଟି ରଙ୍ଗର ଏହି ପତାକା 

ନାରଙ୍ଗୀ, ଧଳା, ସବୁଜର ଶିଖା

ନାରଙ୍ଗୀ ରଙ୍ଗ ସାହସ, ବୀରତ୍ବ

ଧଳା ପବିତ୍ରତା, ଶାନ୍ତି ଓ ସତ୍ୟ

ରଙ୍ଗଟି ସବୁଜ

ସମୃଦ୍ଧି, ଶ୍ରମ, ବିଶ୍ବାସର ସାଜ ।


ଅଶୋକ ଚକ୍ର ଗାଢ଼ ନୀଳ ରଙ୍ଗ

ନ୍ୟାୟ, ଧର୍ମ, ପ୍ରଗତିର ପ୍ରତୀକ

ମଝି ଧଳା ରଙ୍ଗେ ତାହାର ଖ୍ୟାତି

ଚବିଶ ଅରରେ ରଖି ବିସ୍ତୃତି 

ଉଡ଼ି ଫରଫର

ଗରବ ଗଉରବ ଭାରତର ।


ତାହା ତଳେ ସର୍ବେ ହୋଇ ଏକତ୍ର 

ଗାଉଥିବା ସ୍ବାଭିମାନର ମନ୍ତ୍ର

ଏହାଠାରୁ ପୂଣ୍ୟ କିଛି ବି ନାହିଁ

ଜୀବନ ଉତ୍ସର୍ଗ ତାହାରି ପାଇଁ

ସପଥ ନେବାରେ

ଆମେ ସରବେ ନିଃଶ୍ବାର୍ଥ ମନରେ ।




Rate this content
Log in

Similar oriya poem from Inspirational