STORYMIRROR

Shubhra Suchitra Mahanta

Inspirational

3  

Shubhra Suchitra Mahanta

Inspirational

ଗୁରୁଦକ୍ଷିଣା

ଗୁରୁଦକ୍ଷିଣା

1 min
137

ଗୁରୁ ଅଟନ୍ତି ଜୀବନର ଆଧାର 

ଗୁରୁଙ୍କ ପାଖେ ଅଛି ସାରା ସଂସାର 

ଗୁରୁ ନୁହଁନ୍ତି ନିଜ ସମ୍ପତ୍ତି କାହାର 

ଗୁରୁଙ୍କ ଠାରେ ସଭିଙ୍କ ଅଧିକାର..... 

ଗୁରୁ ବିନା ସତେ ଜଟିଳ ଜୀବନ 

ପାଇବନି କେହି ଗୁରୁଙ୍କ ସମାନ 

ଗୁରୁ ଜଣାଇ ଦିଅନ୍ତି ଜୀବନ ଅର୍ଥ 

ଗୁରୁଙ୍କ ବିନା ହୁଏ ଜୀବନ ବ୍ୟର୍ଥ..... 

ଗୁରୁ ମୁଖନିଃସୃତ ପ୍ରତି ବାକ୍ୟ ସତ 

ଗୁରୁଙ୍କର ବାଣୀ ଗୀତା ଭାଗବତ 

ଶାସ୍ତ୍ର ପୁରାଣରେ ଲେଖା ଗୁରୁକଥା 

ଗୁରୁ ଗ୍ରନ୍ଥ ମଧ୍ଯ ଗାଏ ଗୁରୁଙ୍କ ଗାଥା..... 

ବନ୍ଧୁଗଣ କର ଗୁରୁଙ୍କର ଗୁଣଗାନ 

ଆଶିଶ ନେଇ କର ଜ୍ଞାନ ଆହରଣ

ଗୁରୁକୃପା ଅଟଇ ଶ୍ରେଷ୍ଠ ବରଦାନ 

ପାଇଲେ ହୋଇବ ସର୍ବ କଲ୍ୟାଣ..... 

ଗୁରୁ ପଥେ ଚାଲିବା ଆରମ୍ଭ କଲେ 

ରହିବନି ଭୟ ଆଉ ଲାଗିବନି ଡର 

ମଣିଷ ପରି ମଣିଷ ଗଢନ୍ତି ଯିଏ 

ସେହି ଗୁରୁଙ୍କୁ ମୋର ପ୍ରତି ନମସ୍କାର.... 

ମୋ ଜୀବନ ନାବ ର ନାବିକ ସାଜି 

ପାରି କରାଇବ ସଂସାର ସାଗର 

ଆପଣଙ୍କ ଏହି ମୂଢ ଅଜ୍ଞାନ ଶିଶୁକୁ 

ଜ୍ଞାନ ବଳରେ ଆଲୋକିତ କରିବ.... 

ଜାଣିନାହିଁ ମୋହ ଜାଣେନି ମାୟା 

ଆପଣଙ୍କ ଶରଣରେ ମୋହରି କାୟା 

ଗୁରୁଦକ୍ଷିଣା ମୋର କରିବେ ସ୍ୱୀକାର 

ମାଧ୍ୟମେ ଦେଉଛି ଟିକି କବିତାର..... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational