Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amit Bal

Inspirational

3.7  

Amit Bal

Inspirational

# ପ୍ରଣତି ଗୁରୁ ଚରଣେ #

# ପ୍ରଣତି ଗୁରୁ ଚରଣେ #

1 min
58


ଜୀବନର ଛନ୍ଦ ଲୟ ବୁଝିବା ପୂର୍ବରୁ

ଅନ୍ଧକାରେ ଦେଖାଇଛ

          ଆଲୋକର ପଥ ,

ଦୁଇ ହାତେ ତୋଳିଧରି ଶିଖାଇଛ ପୁଣି

ମାଆ ମାଟି ପିତା ନାମେ

          କିବା ଅଛି ଅର୍ଥ ..................


ଆପଣେଇ ସମୁଦ୍ରେ ଶୂନ୍ୟତା ନିଜେ

ସମର୍ପିଛ ସବୁ ତକ

          ତୃଷା ଜଳ ସତେ ,

ଛାଇ ପରି ପାଶେ ପାଶେ ସଦା ରହି

ଯୋଗାଇଛ ବଳ ବୁଦ୍ଧି

          ଯୁଝିବାକୁ କେତେ ....................


ବିନ୍ଧାଣି ସାଜି ଗଢିଛ ସୁଯୋଗ୍ୟ ସନ୍ତାନ

ବିଂଚିବାକୁ ଆଲୋକର ଧାରା

              ସମାଜରେ ,

ଚେତନାର ଦ୍ୱାର ନୀତି ଫିଟାଇ ଚାଲିଛ

ଆଜି ଯାଏ ଅବିରାମ

            ନିଜ ସିଦ୍ଧାନ୍ତରେ ...............


ପ୍ରଣାମ ଘେନ ହେ ମୋର ଯୁଗ ସ୍ରଷ୍ଟା ଗଣ

ନବ ଜାଗରଣ ମନ୍ତ୍ରେ

              ଦୀକ୍ଷିତ ହୋଇ ,

ଫୁଟାଅ ନୂତନ ସମ୍ଭାବନାର କଳିକା

ନିର୍ମଳ ପବିତ୍ର ମନେ

             ଏ ମହୀରେ ଥାଇ ................

           


Rate this content
Log in

Similar oriya poem from Inspirational