STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଯାହା ସତ ତାହା କହିଲି

ଯାହା ସତ ତାହା କହିଲି

1 min
19

ମରିଗଲା ପରେ ସମ୍ମାନ ଦେଉଛ   

ଭୋଜିଭାତରେ ପୋତି ପକାଉଛ

ବନ୍ଧୁ ବାନ୍ଧବକୁ ଦେଖେଇ ହେଉଛ

ନିଜକୁ ସୁପୁତ୍ର ବୋଲେଇ ହେଉଛ

ଦୁଇଦିନ ପରେ ଭୁଲିଯାଉଅଛ

        ଦୁନିଆଁ ର ରୀତି ଏହି

ଯିଏ ବଞ୍ଚିଅଛି ତାରପାଇଁ କିଛି

        କ'ଣ ତୁମ ଅବଦାନ ନାହିଁ...?


ବଞ୍ଚିବା ଲୋକକୁ ଘୃଣା କରୁଅଛ

କଥାରେ କଥାରେ ଛିଞ୍ଚାଡି ହେଉଛ

ହୀନିମାନ କରି ତାକୁ ରଖୁଅଛ

ନିଜ ପାଇଁ ତାକୁ ବୋଝ ଭାବୁଅଛ

     ସେ ବି, ବଞ୍ଚିଛି ଜୀବନ ନେଇ

ସ୍ନେହ ଆଦର ଟିକେ ତୁମଠୁ ପାଇଲେ

       ଖୁସିରେ ବଞ୍ଚିବ ମରିବା ପାଇଁ......!


ମରିଗଲା ଯିଏ ତରିଗଲା ସିଏ

ବଞ୍ଚିଥିବା ଲୋକ ଏଠି ଦୁଃଖ ପାଏ

     କିଛି, ସ୍ୱାର୍ଥପର ଲୋକ ପାଇଁ

ସମୟ ସରିଲେ ବେଳ ବୁଡିଗଲେ

        ସମସ୍ତେ ଯିବେ ପଳେଇ.....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational