ଗୁରୁ ପରମେଶ୍ୱର
ଗୁରୁ ପରମେଶ୍ୱର

1 min

34
ଶିକ୍ଷା ଦୀକ୍ଷା ଦାତା ତୁମେ,
ଗୁରୁ ପରମେଶ୍ୱର।
ସ୍ୱାମୀ ମମ ହୃଦୟର
ଘେନ ପ୍ରଣତି ମୋର ।0।
ଅଜ୍ଞାନ ଅବୋଧ ମନେ
ଜାଳି ପ୍ରଜ୍ଞା ଦିପାଳୀ ।
କୋମଳ ଚପଳ ଓଠେ
ଭର ହସ ଲହରୀ ।
ତୁମେ ସ୍ୱାମୀ ଅନ୍ତର୍ଯ୍ୟାମୀ
ବ୍ରହ୍ମା ବିଷ୍ଣ ଈଶ୍ୱର। ୧।
ଗୁରୁ ରୂପେ ଅବତରୀ।
ଜ୍ଞାନାଲୋକ ଦେଉଛ ।
ଦୁଃସ୍ଥ ମାନବକୁ ତୁମେ
ସତ୍ୟ ପଥେ ନେଉଛ ।
ସର୍ବଭୂତେ ସ୍ଥିତ ଗୁରୁ
ସତ୍ୟର ଶିବ ସୁନ୍ଦର।୨।