STORYMIRROR

Prakash Bariha

Inspirational

3  

Prakash Bariha

Inspirational

କବିତା-ଚିଠିରେ ଚିଠିରେ

କବିତା-ଚିଠିରେ ଚିଠିରେ

1 min
35

ହୃଦୟର ରାଣୀ ମୋ ମନ ମାନସୀ 

   କେମିତି ରହିଛୁ ଏକା

ତୋ ବିନା ଜୀବନ ମରୁ ମରିଚୀକା

   ଲାଗୁଅଛି ସବୁ ଫିକା 

ଦୂରେ ଦେଶେ ରହି ଭାବୁଛି ତୋ କଥା 

   କେମିତି ଥିବୁ ମୋ ପ୍ରିୟା 

ଚାକିରି ଜୀବନ ଅଟେ ଯେ ଯାତନା 

   ବିରହ ବିଚ୍ଛେଦ ଦୁଖ

ତଥାପି ତୋ ପାଇଁ କରେ ନିଜ କର୍ମ 

    ଝୁରି ହୁଏଁ ତୋର ମୁଖ 

ଯେଉଁଠି ରହିଥା ଭଲରେ ଥାଆ ତୁ 

    ଏତିକି ମୋ ନିବେଦନ 

ତୋହରି ସୁଖରେ ସବୁ ଦେବି ତ୍ୟାଗୀ

    ଦେଇ ଦେବି ପଛେ ପ୍ରାଣ

ମନକୁ ନମାରି ରହ ଧୈର୍ଯ୍ୟ ଧରି 

   ଦେଖା ହେବା ଦିନେ ଆମେ 

ହୃଦୟର ଭାବ ଦେବା ନେବା ହେବା 

   ମୋର ପାଖେ ଥିବ ତୁମେ 

ତୋ ପାଇଁ ସିନା ମୁଁ ଦୂର ପରବାସୀ 

   ଅବୁଝା ହେବୁନି ଜମା

ଜାଣିଛୁ ପରା ମୁଁ ଦେଶର ଗୌରବ 

   ଜଗିଛି ଦେଶର ସୀମା 

ଦେଶ ମାତୃକାର ସେବା କରି କରି 

   ଚାଲିଗଲେ ମୋର ପ୍ରାଣ

ଜମା କାନ୍ଦିବୁନି ଜମା ହାରିବୁନି 

   ଦେଉଛି ତତେ ମୋ ରାଣ

ଯୁଗ ଯୁଗ ପାଇଁ ରହିବ କୀରତି 

   ଥିଲା ବୋଲି ଦେଶ ପ୍ରୀତି

ଭୁଲିବୁନି କେବେ ତ୍ୟାଗର ମହିମା 

   କରୁଥିବୁ ମାତୃଭକ୍ତି

 ଏ ଚିଠି ନୁହେଁ ମୋ ପ୍ରେମ ଆବେଦନ 

   ପ୍ରିୟ ପାଇଁ ପଦୁଟିଏ 

ଯୁଗ ଯୁଗ ପାଇଁ ବାନ୍ଧି ରଖିବାକୁ 

   ମନ ଖୋଜେ ସାଥୀଟିଏ। 


 




     


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational