କବିତା-ଚିଠିରେ ଚିଠିରେ
କବିତା-ଚିଠିରେ ଚିଠିରେ
ହୃଦୟର ରାଣୀ ମୋ ମନ ମାନସୀ
କେମିତି ରହିଛୁ ଏକା
ତୋ ବିନା ଜୀବନ ମରୁ ମରିଚୀକା
ଲାଗୁଅଛି ସବୁ ଫିକା
ଦୂରେ ଦେଶେ ରହି ଭାବୁଛି ତୋ କଥା
କେମିତି ଥିବୁ ମୋ ପ୍ରିୟା
ଚାକିରି ଜୀବନ ଅଟେ ଯେ ଯାତନା
ବିରହ ବିଚ୍ଛେଦ ଦୁଖ
ତଥାପି ତୋ ପାଇଁ କରେ ନିଜ କର୍ମ
ଝୁରି ହୁଏଁ ତୋର ମୁଖ
ଯେଉଁଠି ରହିଥା ଭଲରେ ଥାଆ ତୁ
ଏତିକି ମୋ ନିବେଦନ
ତୋହରି ସୁଖରେ ସବୁ ଦେବି ତ୍ୟାଗୀ
ଦେଇ ଦେବି ପଛେ ପ୍ରାଣ
ମନକୁ ନମାରି ରହ ଧୈର୍ଯ୍ୟ ଧରି
ଦେଖା ହେବା ଦିନେ ଆମେ
ହୃଦୟର ଭାବ ଦେବା ନେବା ହେବା
ମୋର ପାଖେ ଥିବ ତୁମେ
ତୋ ପାଇଁ ସିନା ମୁଁ ଦୂର ପରବାସୀ
ଅବୁଝା ହେବୁନି ଜମା
ଜାଣିଛୁ ପରା ମୁଁ ଦେଶର ଗୌରବ
ଜଗିଛି ଦେଶର ସୀମା
ଦେଶ ମାତୃକାର ସେବା କରି କରି
ଚାଲିଗଲେ ମୋର ପ୍ରାଣ
ଜମା କାନ୍ଦିବୁନି ଜମା ହାରିବୁନି
ଦେଉଛି ତତେ ମୋ ରାଣ
ଯୁଗ ଯୁଗ ପାଇଁ ରହିବ କୀରତି
ଥିଲା ବୋଲି ଦେଶ ପ୍ରୀତି
ଭୁଲିବୁନି କେବେ ତ୍ୟାଗର ମହିମା
କରୁଥିବୁ ମାତୃଭକ୍ତି
ଏ ଚିଠି ନୁହେଁ ମୋ ପ୍ରେମ ଆବେଦନ
ପ୍ରିୟ ପାଇଁ ପଦୁଟିଏ
ଯୁଗ ଯୁଗ ପାଇଁ ବାନ୍ଧି ରଖିବାକୁ
ମନ ଖୋଜେ ସାଥୀଟିଏ।