ଗଜାନନାୟନମଃ
ଗଜାନନାୟନମଃ


ବରଷକେ ଥରେ ତୁମରି ପୟରେ
ପୂଜନ୍ତିି ସକଳ ଜନ
ବିଦ୍ୟା ବୁଦ୍ଧି ଦାତା ଜଗତ କରତା
ଆହେ ପ୍ରଭୁ ଗଜାନନ ।
ଗିରିିିିଜା ନନ୍ଦନ କରୁଛୁଁ ବନ୍ଦନ
ସାହା ହୁଅ ଗଣନାଥ
ଆଜ୍ଞାନ ଅନ୍ଧାରେ ମୁର୍ଖ ଅଧମକୁ
ଦେଖାଅ ଆଲୋକ ପଥ ।
ମାତୃପିତୃ ପାଖେ ଶ୍ରେଷ୍ଠ ବୋଳାଇଣ
ରଖିଲ ନିଜର ଟେକ
କିଛିି ଜାଣେ ନାହିଁ ଅଭାଗା ନରକୁ
ତୁୁୁୁୁମରି ଚରଣେ ରଖ ।
ପାପ ତାପ ଠାରୁୁ ମୁକ୍ତିି ଦିଅ ଦେବ
ଦଖାଅ ମୁକ୍ତିର ବାଟ
ସାହା ହୁଅ ଗଣପତି ଗଣନାଥ
ହଟାଅ ମନରୁ ଭୀତ ।
ମାତୃ ସତ୍ୟପାଳି ପିତାଙ୍କୁ ଉଗାଳି
କରିଲ ଭୀଷଣ ଯୁୁୁଦ୍ଧ
ଅଟଳ ମନର ପରିଚୟ ଦେଇ
କରାଇଲ ଶିର ଚ୍ଛେଦ ।
ମାତାଙ୍କ ମଳିରୁ ବିକଶିତ ହେଇ
ହେଲ ସୁନ୍ଦର ବାଳକ
ସର୍ବଜନ ପ୍ରିିିୟ ବୋଳାଇଲ ପ୍ରଭୁ
ଦେଇ ଗ୍ୟାନର ଆଲୋକ ।
ଅଧର୍ମୀ ମଣିଷ ଜୀବନେ ଦେଖାଅ
ସତ୍ୟ ନ୍ୟୟ ପରାକାଷ୍ଠା
ରହୁ ଧର୍ମ ପଥେ ଏ ସାରା ସଂସାରେ
ପ୍ରାପ୍ତ ହେଉ ଭକ୍ତି ନିଷ୍ଠା।