Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Inspirational

3  

Niranjan Sahu

Inspirational

କହିଲେ କହିବ କହୁଛି

କହିଲେ କହିବ କହୁଛି

1 min
65


ବିଚିତ୍ର ଦୁନିଆଁ ବିଚିତ୍ର ମଣିଷ        

     ବିଚିତ୍ର ବିଚିତ୍ର ଲାଗୁଛି

ବିଚିତ୍ର ମଣିଷ ବିଚିତ୍ର ମନରେ

     ବିଚିତ୍ର କରମ କରୁଛି ।


ମଣିଷ ଶବକୁ ମଣିଷ ଦେଖିଲେ

       ବିଚିତ୍ର ମଣିଷ ଡ଼ରୁଛି

ଛେଳି କୁକୁଡ଼ା ଶବକୁ ନେଇ

     ଖୁସିରେ ଖୁସିରେ ଖାଉଛି ।


ମଣିଷ ଶବକୁ ମଣିଷ ଛୁଇଁଲେ

       ନିଜକୁ ଅଛୁଆଁ ଭାବୁଛି

ପଶୁର ଶବକୁ କାଟିକୁଟି କରି

      ରୋଷେଇ ଘରରେ ରାନ୍ଧୁଛି ।


ବିଚିତ୍ର ମଣିଷ ବିଚିତ୍ର ମନରେ

       କ୍ଷୀର କୁ ଆଡେଇ ଦେଉଛି

ସକାଳୁ ସଞ୍ଜ ଯେତେବେଳେ ଦେଖ

         ମଦ ଢକ ଢକ ପିଉଛି ।


ବିଚିତ୍ର ମଣିଷ ପିତା ମାତାଙ୍କୁ

     ଘରେ ଅଣଦେଖା କରୁଛି

ମନ୍ଦିର ଯାଇ ପାଷାଣ ମୂର୍ତ୍ତିରେ

     ପୂଜା କରି ଶାନ୍ତି ପାଉଛି ।


ବିଚିତ୍ର ମଣିଷ ଅନ୍ଧ ବିଶ୍ୱାରେ

      ଭଣ୍ଡବାବାଙ୍କୁ ପୁଜୁଛି

ଘରେ ରହିଛନ୍ତି ଚଳନ୍ତି ଠାକୁର 

      ହୀନିମାନ କରି ରଖୁଛି ।


ବିଚିତ୍ର ମଣିଷ ନିଜ ସମ୍ପତିକୁ

      ସମ୍ପତି ବୋଲି ଭାବୁଛି

ଅନ୍ୟ ସମ୍ପତିରେ ନଜର ରଖି

     ଲୁଟିବାରେ ଖାଲି ଲାଗିଛି ।


ବିଚିତ୍ର ମଣିଷ ବିଚିତ୍ର କଥାକୁ

     ଯେତେ କହିଲେ ନ ସରୁଛି

ମଣିଷ ବିଚିତ୍ର କଥା ମୁଁ କହିଲେ

      କହିଲେ କହିବ କହୁଛି ।


Rate this content
Log in

Similar oriya poem from Inspirational