STORYMIRROR

Debadatta Jena

Inspirational

3  

Debadatta Jena

Inspirational

ଓଁ ଗଂ ଗଣାଧିପତୟେ ନମଃ..

ଓଁ ଗଂ ଗଣାଧିପତୟେ ନମଃ..

1 min
71

ମୋରିୟା ରେ.., 

କେଉଁ ପୁଣ୍ୟ ବଳେ ପୂଜିବି ତୁମକୁ, 

ତୁମେ ଯେ ଅଗ୍ରପୂଜ୍ୟ, 

କେଉଁ ମାନ୍ୟବରେ ମାନିବି ତୁମକୁ,

ତୁମେ ଯେ ସର୍ବମାନ୍ୟ, 

କେଉଁ ନାମରେ ମୁଁ ଡାକିବି ତୁମକୁ, 

ତୁମେ ଯେ ସର୍ବମାନ୍ୟ, 

ସବୁ ଶୁଭାରମ୍ଭେ,ସବୁ ପ୍ରାରମ୍ଭରେ, 

ସର୍ବ ପୂଜ୍ୟ, ଆଦିନାଥ.. !

ତୁମେ ଯେ ଓଁ କାର,ତୁମେ ଗଂକାର, 

ସର୍ବ କର୍ମେ ଅଗ୍ରଗଣ୍ୟ, 

ତୁମେ ଗଣନାଥ, ତୁମେ ଗଜାନନ, 

ସୁସମ୍ପାଦନେ ସର୍ବକାର୍ଯ୍ୟ, 

ତୁମେ ବିଘ୍ନେଶ୍ୱର,ତୁମେ ଲମ୍ବୋଦର, 

ଗଂ ଗଣାଧିପତୟେ ନମଃ, 

ତୁମେ ମହାକାୟ, ତୁମେ ବକ୍ରତୁଣ୍ଡ, 

ବିଘ୍ନରାଜ ନମୋ ନମଃ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational