Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Ranjan Kumar Brahma

Inspirational


3  

Ranjan Kumar Brahma

Inspirational


ପ୍ରତ୍ୟାବର୍ତ୍ତନ

ପ୍ରତ୍ୟାବର୍ତ୍ତନ

1 min 8 1 min 8


ଡ଼ରାଇବା ଭୂତାଣୁ ଡରିବା ଶିଖୁଛି

କୋଭିଡ ଉଣିଶି ଭ୍ୟାକସିନରେ ।

ଥରୁଥିବା ଛାତିଟା ନିଃଶ୍ୱାସ ମାରୁଚି

ଋଷିଆଧିପତିଙ୍କ ଘୋଷଣାରେ ।।


ନିଜ ଝିଅଦେହେ ପ୍ରୟୋଗ କରିଣ

ପ୍ରମାଣିତ କଲେ ତା'ର ପ୍ରଭାଵ ।

ଏବେ ଏହାକୁ ଡାକ୍ତର ସ୍ୱାସ୍ଥ୍ୟକର୍ମୀ

ଓ ବରିଷ୍ଠମାନଙ୍କୁ ଦିଆଯିବ ।।


ସ୍ୱାସ୍ଥ୍ୟ ବିଭାଗ ତା ଗବେଷଣାଗାରେ

ଲାଗିଛି ଜ୍ଞାନ କୌଶଳ ଖଟାଇ ।

ମୋ ଭାରତ ଦେଶ ଆଶା ରଖିଅଛି 

ଶୀଘ୍ର ଦେବ ମୁଖେ ହସ ଫୁଟାଇ ।।


ହଟିବ ଶୃଙ୍ଖଳ ଫେରିବ ଅବସ୍ଥା

ସଭିଏଁ ପ୍ରଗତିରେ ହେବେ ସାହା ।

ଛାଡି ନିଜ ସ୍ୱାର୍ଥ ରଖି ରାଷ୍ଟ୍ର ଭାଵ 

ନିଶ୍ଚୟେ ଧରିବେ ନିଜର ରାହା ।।


ଧନ୍ୟ ସ୍ୱେଚ୍ଛାସେବୀ ତୁମ ଆଗଭର

ଦେଶକୁ ଯୋଗାଏ ପ୍ରେରଣା ବଳ ।

ସେ ପ୍ରେରଣା ସଦା ଆହ୍ଲାଦିତ କରୁ 

ମହୀରେ ସଂହତି ମାନବକଳ ।।



Rate this content
Log in

More oriya poem from Ranjan Kumar Brahma

Similar oriya poem from Inspirational