STORYMIRROR

Tankadhar Majhi

Inspirational

3  

Tankadhar Majhi

Inspirational

ଅବୁଝା ଏ ମନ

ଅବୁଝା ଏ ମନ

1 min
42


ତୁମ ଦ୍ୱନ୍ଦ୍ୱ ସମ୍ପର୍କର ଅଙ୍କ କଷାରେ

ଭିଜା କାଗଜରେ ଧନ୍ଦେଇ ହୋଇଯାଇଛି 

ଆଗକୁ ଗଲେ ଖଣ୍ଡା ଧାରରେ ଯୌବନ

ଅଟକି ଗଲେ ସନ୍ଦେହ ଘେରରେ ଜୀବନ

ଅବୁଝା ଦୁଇ ମନର କାହାଣୀ ଯୋଡ଼ି 

ଶସ୍ୟ ଶ୍ୟାମଳ ଘେରେ ବସା ଗଢ଼ି ଦେଇ 

ବଣ ଓ ବଣୀ କଥାର ମର୍ମକୁ ବୁଝିବା 

ପରେ ସମ୍ପର୍କ ବଗିଚାର ମାଳି ସାଜି

ତାକୁ ସୁରକ୍ଷା ଦେବାର ଦାୟିତ୍ୱ ନେବା


ଛଦ୍ମବେଶୀ ମୁଖାକୁ ଚିହ୍ନି ପାରୁନି ବୋଲି 

ନିଚ୍ଛକ ଅନ୍ଧାରରେ ମଶାଲ ଧରି ଖୋଜୁଛି

ଯଦି କେବେ ଖୋଜିପାଏ କେଉଁଠି? ତେବେ 

ଜଣେଇଦେବି, ଜହ୍ନ ଜୋଛନା ଢାଳେ କାହିଁକି 

ଆଉ ଅବୁଝା ଏ ମନର କଏଦୀ ଇଚ୍ଛାମାନଙ୍କୁ,

ସବୁକୁ ଏକଜୁଟ କରି ଗଢିବି ମନଟିଏ

ଯିଏ ତାଜ୍ ପରି ଠିଆ ହୋଇ ରହିଯିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational