STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଅସହାୟ ବିଜ୍ଞାନ

ଅସହାୟ ବିଜ୍ଞାନ

1 min
18

ଛେଳି ଗୋଟିଏ ବାଟେ ମରିଗଲେ   ନିରଞ୍ଜନ ସାହୁ

ସମସ୍ତେ ଆସନ୍ତି ଧାଇଁ

ମଣିଷ ଗୋଟିଏ ବାଟେ ମିରିଗଲେ

ଯାଆନ୍ତି ମୁହଁ ଆଡେଇ.....


ମଣିଷ ଆଜି ଘୃଣିତ ହୋଇଲା

ମଣିଷ ମଣିଷ ପାଇଁ

ସାମାନ୍ୟ ଭୂତାଣୁ ତୁଣ୍ଡି ମାରିଦେଲା

ମଣିଷ ମୁହଁରେ ନେଇ....


ଭୂତାଣୁ ଭୟରେ ମଣିଷେ ମଣିଷ

କାହାକୁ ଛୁଅନ୍ତି ନାହିଁ

କଥା ହେବାପାଇଁ ସମସ୍ତେ ଡରନ୍ତି

ନିଜ ସାଙ୍ଗ ସାଥି ହୋଇ


କିଏ ମରିଗଲେ ଆସନ୍ତିନି କିଏ

ମଶାଣିକୁ ଯିବା ପାଇଁ

ବନ୍ଧୁବାନ୍ଧବ ସମସ୍ତେ ନାଚାର

ମାନବ ସମାଜ ପାଇଁ


ମଣିଷର ଶବ ଅଲୋଡ଼ା ହୋଇଲା

ଦୁର୍ଲ୍ଲଭ ଜୀବନ ପାଇ

ଦୁର୍ଲ୍ଲଭ ଜନମ ହୀନିମାନ ହେଲା

ସାମାନ୍ୟ ଭୂତାଣୁ ପାଇଁ.....


ସମ୍ପର୍କରେ ଆଜି ଭଟ୍ଟା ପଡିଗଲା

ଭୂତାଣୁର ଦ୍ୱାହି ଦେଇ

ବନ୍ଧୁ ବାନ୍ଧବଙ୍କ ବାଟ ପଡିଗଲା

ଭୂତାଣୁର ଡର ପାଇଁ....


ଘୃଣିତ ଜୀବନ ମଣିଷ ହୋଇଲା

ଆଧୁନିକ ଯୁଗ ହୋଇ

ବିଜ୍ଞାନ ବି ଏଠି ଅସହାୟ ହେଲା

ମଙ୍ଗଳ ଗ୍ରହକୁ ଯାଇ......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational