Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

3  

Sadananda Sahoo

Inspirational

କିଶୋର କିଶୋରୀ

କିଶୋର କିଶୋରୀ

1 min
19



କିଶୋର କିଶୋରୀ ସମ୍ଭାବନା ଛବି 

   ଭବିତବ୍ୟ କ୍ରାନ୍ତିକାରୀ , 

ଅଶେଷ ବିଭବ କର ସମର୍ପଣ 

  ପ୍ରେମ ସୁଧାନିଧି ବାରି ॥ 


ଦେଶ ମାତୃକାର ଉଜ୍ଜଳ ନକ୍ଷତ୍ର 

   ଚିନ୍ତାକଳ୍ପ ମହାଜ୍ୟୋତି , 

ସୁସ୍ଥ ପରିବେଶ କର ସଂଗଠିତ 

    ବଢିବ ସମ୍ମାନ ଖ୍ଯାତି ॥ 


ଯୌବନା ସମ୍ପଦା କିଶୋରୀ ବୀଭବା 

     ଚପଳ କୋମଳ ମତି , 

ଶିକ୍ଷା ଆରୋହଣ ହେଉ ତବ ବ୍ରତ 

    ଅରଜିବ ଯଶକୀର୍ତ୍ତି ॥ 


ଚପଳ ବୟସେ ଚାଲ ହେ'ସୁପଥେ 

    କିଶୋର କିଶୋରୀ ମଣି , 

ଆଶା ଆକାଂକ୍ଷାରେ ପିତୃମାତୃ ବାରେ 

    ମନ କଥା ବୁଝ ଜାଣି ॥ 


ଆଦ୍ୟ ଯୌବନକୁ ସମ୍ମାନ ଦେବାକୁ 

     କରହେ' ସଂକଳ୍ପ ସର୍ବେ , 

ଯୌବନ ସମ୍ପଦ ପ୍ରଭୁ କୃତ ଦାନ 

    ଅଲୋଡା ନହେଉ ଭବେ ॥ 


ସୁନାପାତ୍ର ଦେଖି ପରଖିବ ଛବି 

     ବିଚାର ବିମର୍ଷ କରି , 

ସମାଜ ସ୍ଵିକୃତି ଆଖି ଆଗେ ରଖି 

   ପ୍ରେମକୁ ନେବ ଆବୋରି ॥ 


ଆଦ୍ୟ ଯୌବନର ସପନ ବିଶେଷ 

    ନିୟନ୍ତ୍ରଣାଧୀନ ନୁହେଁ , 

ଉଚ୍ଛୁଳା ଯୌବନ କରେ ଅଣାୟତ 

   ଶରୀର ବିଶେଷ ମୋହେ ॥ 


ଏକାଗ୍ରତା ଭାବ କରହେ ପୋଷଣ 

     ଯୌବନର ସୁନାପକ୍ଷୀ , 

ସଠିକ ସମୟେ ଉଡିବ ଆକାଶେ 

    ମନ ମୋହି ନବ ସଖୀ ॥ 


ପ୍ରେମେ ସଂଯମତା ମନରେ ସଦିଚ୍ଛା 

    ବିଦ୍ୟା ବୁଦ୍ଧି ସର୍ବୋତ୍ତମ , 

ଦେଶର ଗୌରବ କିଶୋର କିଶୋରୀ 

    ହେଜ ଯୌବନର ମର୍ମ ॥ 



Rate this content
Log in

Similar oriya poem from Inspirational