STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଅଜବ ମଣିଷ

ଅଜବ ମଣିଷ

1 min
28

ଆଜିର ମଣିଷ ଅଜବ ମଣିଷ   

ନିଜକୁ ମଣିଷ କହୁଛି

ମଣିଷ ଜନମ ପାଇଗଲା ସିନା

ଅମଣିଷ ଭଳି ହେଉଛି...


ମଣିଷ କେମିତି ଅମଣିଷ ହେଲା

ଗୀତରେ ବୁଝାଇ ଦେଉଛି

ଦୋଷ ଧରିବନି ଜ୍ଞାନୀ ଗୁଣିଜନ

ଯାହା ସତ ତାହା କହୁଛି


ଗରିବକୁ କ୍ଷୀର ଟୋପେ ଦେଇଦେଲେ

ସରିଯିବ ବୋଲି ଭାବୁଛି

କ୍ଷୀର ଢାଳ ନେଇ ମନ୍ଦିରକୁ ଯାଇ

ପଥରରେ ଢାଳି ଦେଉଛି....


ଚଳନ୍ତି ଠାକୁର ଘରେ ରହିଛନ୍ତି

ଅଣଦେଖା କରି ରଖୁଛି

ମନ୍ଦିରକୁ ଯାଇ ଭୋଗ ରାଗ ଦେଇ

ନିଜକୁ ଭକତ ଭାବୁଛି....


ବଞ୍ଚିଥିବା ବେଳେ ବାପା ଓ ମାଆଙ୍କୁ

ବୃଦ୍ଧାଶ୍ରମେ ଛାଡ଼ିଦେଉଛି

ମରିଗଲା ପରେ ଭୋଜି ଭାତ କରି

ନିଜକୁ ମଣିଷ ଭାବୁଛି.....


ମୋର ମୋର କହି ସ୍ୱାର୍ଥପର ହୋଇ

ବନ୍ଧୁ ବାନ୍ଧବକୁ ଛାଡ଼ୁଛି

ଶେଷ ସମୟ ଯେବେ ଆସିଯାଏ

ବନ୍ଧୁ ବାନ୍ଧବକୁ ଖୋଜୁଛି


ଜୀବନ ସାରା ଅବାଟରେ ଯାଇ

ହିତାହିତ ଜ୍ଞାନ ଭୁଲୁଛି

ଶେଷ ସମୟରେ ଅସହାୟ ହୋଇ

ସଂସାରକୁ ତ୍ୟାଗ କରୁଛି...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational