STORYMIRROR

Debadatta Jena

Inspirational

3  

Debadatta Jena

Inspirational

ସ୍ୱର୍ଣ୍ଣିମ ଭାରତ..

ସ୍ୱର୍ଣ୍ଣିମ ଭାରତ..

1 min
77

ମୁଁ ଦେଖୁଚି ଆଜି, ସୁନାର ଭୂଇଁରେ 

ବିବିଧ ଶୋଭାର ଚିତ୍ର, 

ଅହିଂସା ମନ୍ତ୍ରର, ସବୁଜ କ୍ଷେତରେ,  

ସ୍ୱର୍ଣ୍ଣିମ ତ୍ରିବିଧ ବର୍ଣ୍ଣ..!

ପୂର୍ଣ୍ଣ ସ୍ୱାଧୀନତା ସ୍ୱରାଜ ସ୍ୱପ୍ନ ଯେ, 

ସୁରଭି ସୁଷମା ପୂର୍ଣ୍ଣ, 

ଗାନ୍ଧୀ ହେ ତୁମେ ବୁଣିଥିଲ ଯତ୍ନେ, 

ସୁଶୋଭିତ ଶୋଭା ରତ୍ନ..!

ହେ ମୁକ୍ତି ପଥର ସନ୍ଥ ହେ ତୁମେ, 

ଅଧୁରା ତୁମ ସେ ସ୍ୱପ୍ନ, 

ତୁମ ଭାବନାର ରାମ ରାଜ୍ୟ କଳ୍ପ, 

ନିର୍ବିଘ୍ନେ ହେଉ ସମ୍ପୂର୍ଣ୍ଣ..!

ହେ ରଘୁପତି ରାଜା ରାମ ତୁମେ, 

ଈଶ୍ୱର ଆଲ୍ଲାହ ନାମ, 

ସେ ମହାମନ୍ତ୍ରର ଯାଦୁକରୀ ସ୍ପର୍ଶେ, 

ସ୍ଵୟଂଭୂ ଭାରତ ବର୍ଷ..!

ତୁମେ ହିଁ ଯୀଶୁ, ତୁମେ ହିଁ ଖୁଦା, 

ତୁମେ ହିଁ ଭାରତ ତ୍ରାଣ, 

ଅଗଷ୍ଟ ପନ୍ଦର ଏ ପୂଣ୍ୟ ତିଥିରେ, 

ମାଗେ ଅସ୍ମିତା ସଂଜ୍ଞାନ..!

ଧର୍ମ ନିରପେକ୍ଷ ଗଣତନ୍ତ୍ର ବଳେ, 

ହୋଇଛି ସେ ବଳିୟାନ, 

ସାଧାରଣ ତନ୍ତ୍ର, ସାର୍ବଭୌମତ୍ୱ, 

ସଂକଳ୍ପରେ ଗରୀୟାନ..!

ହେ ଜାତିର ପିତା, ଭାରତ ଅସ୍ମିତା, 

ସମର୍ପଣେ ବଳିଦାନ, 

ଗର୍ବରେ ଆଜି ତ୍ରିରଙ୍ଗା ପତାକା, 

କରଇ ଜୟ ଜୟ ଗାନ..!

ସୁନାର ଭାରତ ଅଖଣ୍ଡ ଭାରତ 

କରୁଛୁ ଲାଲ ସଲାମ, 

ସ୍ୱାଧୀନ ଭାରତ ଚରଣ କମଳେ, 

ଗାଇ ବନ୍ଦେ ମାତରମ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational