STORYMIRROR

Mr.GAGAN BIHARI NAYAK

Inspirational

3  

Mr.GAGAN BIHARI NAYAK

Inspirational

ଏଇ ଆମ ଜାତୀୟତା

ଏଇ ଆମ ଜାତୀୟତା

1 min
11

ଏଇ ଆମ ଜାତୀୟତା

~~~~~~~~~~


ଜାତୀୟତା ଏଇ ଆମ

ଏ ଦେଶ ଆମ ମହାନ

ରଖିବୁ ତାହାର ମାନ 

ସେଇ ଆମ ସନମାନ 

ଆଖିରେ ଆମର ଆଖି ସପନ

ନୁତନ ଭାରତ ନିର୍ମାଣ(0)


ଏ ଦେଶର ଗ୍ରନ୍ଥ ଆମ ସମ୍ବିଧାନ

ବିଶ୍ୱେ ରହିଛି ଶ୍ରେଷ୍ଠ ତା'ର ନାଆଁ 

ସବୁଠାରୁ ଶ୍ରେଷ୍ଠ ଆମ ଲୋକତନ୍ତ୍ର 

ଏକତା ସଂହତି ଆମ ମହାମନ୍ତ୍ର 

ଦେଶ ମାତୃକାର ସେବା ଆମ ଲକ୍ଷ୍ୟ

ତା' ସୁରକ୍ଷା ପାଇଁ ଦେବୁ ବଳିଦାନ (୧)


ହିମାଳୟ ଚୂଡା ମୋ' ମା' କୀରଟି 

ମା'ଠାରୁ ଶ୍ରେଷ୍ଠା ମୋ' ଜନମ ମାଟି

ଗୋପବନ୍ଧୁ ଯେଉଁ ଦେଶର ସନ୍ତାନ

ଗାନ୍ଧିଙ୍କ ଅହିଂସା ଜୀବନ ଦର୍ଶନ 

ସେ' ଦେଶେ ଜନମି ମଣେ ଭାଗ୍ୟବାନ

ଯେଉଁ ଦେଶ ଲେଖେ ନିଜ ସମ୍ବିଧାନ (୨)



Rate this content
Log in

Similar oriya poem from Inspirational