STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ମୃତ୍ୟୁ ହିଁ ଅପ୍ରିୟ ସତ୍ୟ

ମୃତ୍ୟୁ ହିଁ ଅପ୍ରିୟ ସତ୍ୟ

1 min
39

ଜୀବନ ଓ ମୃତ୍ୟୁ କଥା ହେଉଛନ୍ତି    

ନିଜର ବଡୀମା ଦେଖେଇ

ଜଣେ ମୂଳ ଅଟେ ଜଣେ ଶେଷ ଅଟେ

ଶରୀର ର ସତ୍ୟ ଅଟଇ,


ପରିହାସ କରି ଜୀବନ କହୁଛି

ମୃତ୍ୟୁ କୁ ଆକ୍ଷେପ କରି

ଦୁନିଆଁ ରେ ଅଛି ସବୁ ମୋ ପାଇଁ

ତୁ ରହିଅଛୁ ତୁଚ୍ଛ ପରି,


ମୋହରି ଲାଗି ସମସ୍ତେ ଅଛନ୍ତି

ମୋତେ ହୃଦୟରେ ଧରି

ତୁମ ନାମ ଶୁଣି ପ୍ରାଣୀ ସମାଜ

ରହୁଛନ୍ତି ଡରି ଡରି,


ମୃତ୍ୟୁ କହୁଅଛି ଜୀବନକୁ ଚାହିଁ

ମିଛରେ ହେଉଛୁ ବାଇ

ସମୟ ସରିଲେ ବେଳ ବୁଡିଗଲେ

ମୋ ପାଖେ ଆସବୁ ଧାଇଁ,


ସାରା ଜୀବନଟା ଛଟପଟ ହେଉ

ଲୋଭରେ କଟୁଛି ଦିନ

ଲୋଭରେ ଲୋଭରେ ଦିନ ସରିଯାଏ

ଅଶାନ୍ତିରେ କାଟୁ ଦିନ,


ମୋର ପାଖେ ଯେବେ ଆସିଯାଉ ତୁହି

ସବୁ ଛାଡ଼ିଦେଇ ଆସୁ

ଲୋଭ ମୋହ ମାୟା ସବୁ ଛାଡ଼ିଦେଇ

ଶୂନ୍ୟ ରେ ତୁ ଯାଇ ମିଶୁ,


ଦିନ ଆସିବ ତୋତେ ବି ଦିନେ

ବିଦାୟ ଦେବ ଏ ମର୍ତ୍ତ୍ୟ

ଏଇ ଦୁନିଆଁ ରେ ସବୁ ମିଛ ଅଟେ

ମୃତ୍ୟୁ ହିଁ ଅପ୍ରିୟ ସତ୍ୟ,

ମୃତ୍ୟୁ ହିଁ ତ୍ରିବାର ସତ୍ୟ...।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational