STORYMIRROR

Nalini Subudhi

Tragedy

4  

Nalini Subudhi

Tragedy

ତ୍ରାଣକର୍ତ୍ତା

ତ୍ରାଣକର୍ତ୍ତା

1 min
269

ବିପଦ ନାଶନ ହେ ଚକା ନୟନ

ଦିନବନ୍ଧୁ ତ୍ରାଣକର୍ତ୍ତା । 

ଆରତ ନାଶନ ପ୍ରଭୁ ଜନାର୍ଦ୍ଦନ

ତୁମେ ହିଁ ଜଗତ କର୍ତ୍ତା । 


ଅନନ୍ତ ଆକାଶେ ଅନନ୍ତ ମହିମା

ମୁଁ ଛାର କ୍ଷୁଦ୍ର ମାନବ । 

ଛୋଟ ମନ ନେଇ ପାରିବିକି ଛୁଇଁ

ତୁମେତ ମହାନୁଭବ । 


ପାରିବିନି ଧରି ତୁମେ ମହାବାହୁ

ସଂସାର ପଥ ପଥିକ । 

ବଢାଇବା ହାତ ପାରୁ ନାହିଁ ଧରି

ପାପର ମାତ୍ରା ଅଧିକ । 


ମାଗି ତ ନଥିଲି ସୁଖର ଐଶ୍ୱର୍ଯ୍ୟ

କାହିଁକି କଲ ଛଳନା । 

ମାୟା ମରୀଚିକା ମିଛ ପ୍ରହେଳିକା

କୁହୁକ ଧନ କଳ୍ପନା । 


ଝୁରିବା ପାଇଁକି କରିଥିବ କିବା

ତୁମେ ପରା ମାୟାଧର । 

ମନ ଅଳିନ୍ଦରୁ ପୋଛି ଦିଅ ବାରେ

ମିଛ ଲାଳସା ଦୁର୍ବାର। 


ଲେଖିବା କହିବା ସହଜ ସୁବୋଧ

ସହିବାକୁ ଲାଗେ କଷ୍ଟ । 

ତୁମେ ମୋର ଗୁରୁ ସ୍ୱୟଂ ପରବ୍ରହ୍ମ

ଭବ ସାଗରର ଇଷ୍ଟ । 


ଉଦ୍ଧାରିନେ ନାଥ ଭବ ପାରାବାରୁ

ମିଛ ସଂସାରର ଖେଳ । 

ଜୀବନ ଯନ୍ତ୍ରଣା ଦୁଃସହ ହେଲାଣି

ନାବ ଦିଅ ଆଦି ମୂଳ । 



Rate this content
Log in

Similar oriya poem from Tragedy