ତୋର ଡୋରି ଲଗାଇବୁ ଯେବେ
ତୋର ଡୋରି ଲଗାଇବୁ ଯେବେ
କାଳିଆ ସାନ୍ତେ ହୋ........
କାଳିଆ ସାନ୍ତେ ହୋ.......
ତତେ ଦେଖିବାକୁ
ଇଚ୍ଛାହୁଏ ସିନା
ତତେ ମୁଁ ପାରେନା ଦେଖି ।। ୧।।
କେବେ ତୋ ଡୋରି ଯେ କହ
ତୁ ଲଗେଇବୁ ମୋ ଠାରେ
ମୁଁ ତତେ ପାରିବି ଦେଖି ।। ୨।।
ଭାଇ, ଭଉଣୀ ଙ୍କୁ ଘେନି
ତୁ ତ ରହିଛୁ ଆନନ୍ଦେ
ମୋ କଥା ମନେ ପଡୁନି
କିରେ ଥରେ କହ ତୋର ।। ୩।।
ମୁଁ ସିନା ଦେଖିପାରୁନି
ପାଖ ରୁ କାଳିଆ ତତେ
ତୋର ପ୍ରତିଛବି ଦେଖି
ଦୂର ରୁ ରହି ତ ସତେ
ଏତିକି ରେ ଖୁସି ମୁଁ ଯେ
ଦୂର ରୁ ଦେଖି ତତେ ।। ୪।।
କାଳିଆ ସାନ୍ତେ ତୁ ତୋର
ଭକ୍ତ ଭାବେ ବନ୍ଧା ଅଛୁ
ପୂଜା ତ ପାଉଛୁ ତୁହି
କାହିଁ କେତେ ଆଡମ୍ବ ରେ ।। ୫।।
ଗେଣ୍ଡୁ , ଟଗର , ଚମ୍ପା
ନାନା ଜାତିର ପୁଷ୍ପ ତ
ତୋ ପାଇଁ ରେ କାଳିଆ ସଜା
ଆଶୀର୍ବାଦ ତୁ ତ ଖସା... ।। ୬।।
ଚନ୍ଦନ, କର୍ପୂର, ଧୂପ
ଦୀପ, ନଡିଆ କଦଳୀ
ଭୋଗ ସବୁ ତ ଖଞ୍ଜା ରେ
ତୋ ପାଇଁ କାଳିଆ ଧନ
ପୁଜା ପାଉଥାରେ ତୁହି
ରତ୍ନ ସିଂହାସନେ ବସି ।। ୭।।
ନିକଟରୁ ତୁ ତ ମତେ
ଦେଖା ଯେ ନଦେଇ ପଛେ
ତୋର ଡୋରି ଲଗାଇବୁ ଯେବେ
ଦେଖିବି ମୁଁ ତତେ ତେବେ.....।। ୮।।
