STORYMIRROR

Ajit Kumar Raut

Tragedy Inspirational

3  

Ajit Kumar Raut

Tragedy Inspirational

ତୋହରି ସ୍ମୃତିରେ ମାତା

ତୋହରି ସ୍ମୃତିରେ ମାତା

1 min
214


ଛାଡି ଚାଲିଗଲୁ ପ୍ରଭୁଙ୍କ ଚରଣେ

ନିର୍ଦ୍ଦୟୀ ହୋଇଲୁ କାହିଁକି କେ ଜାଣେ।

ଛେଉଣ୍ଡ କରିଲୁ କାହିଁକି ନ ଜାଣେ

ଅନ୍ଧାର ଦିଶୁଛି ସ୍ମୃତିରେ ଏ ପ୍ରାଣେ।୧।


ଦିଶୁ ନାହିଁ ବାଡ ଅଥୟ ଏ ପ୍ରାଣେ

ଜ୍ଞାନ ଦେବା ପାଇଁ ନାହିଁ କେହି ଜଣେ।

ବୁଦ୍ଧି ଦିଶୁ ନାହିଁ କି କରବି ନ ଜାଣେ

ମମତାର ଶ୍ରଦ୍ଧା ନାହିଁଟି ଏ ପ୍ରାଣେ।୨।


କି ଦୋଷ କରିଲୁ ଛାଡିଚାଲି ଗଲୁ

ସନ୍ତାନକୁ ମାତା ଅନାଥ କରିଲୁ।

ବାବୁ ବାବୁ ଡାକ ଭୁଲିଟି ତୁ ଗଲୁ

ନିର୍ଦ୍ଦୟୀ ହୋଇଣ ଛାଡିଣ ତୁ ଗଲୁ।୩।


ରାଗିଗଲେ ମାତା ବୁଝାଉ ତୁ ଥିଲୁ

ନ ପଢିଲେ ମାତା ଆକଟୁ ତୁ ଥିଲୁ।

ନ ଖାଇଲେ ମାତା ଖୁଆଉ ହିଁ ଥିଲୁ

ଏତେ କଥା ଭୁଲି କାହିଁ ଚାଲି ଗଲୁ।୪।


ଦୁର୍ଭାଗ୍ୟ ମୋହର ସେବି ପାରିଲିନି

ପୁତ୍ରର କର୍ତ୍ତବ୍ୟ କରି ପାରିଲିନି।

ତିଳେ ମାତ୍ର ସୁଖ ଦେଇ ପାରିଲିନି

ଧିକ୍କାର ଏ ପ୍ରାଣ କର୍ତ୍ତବ୍ୟ କଲିନି।୫।


କେତେ ଆଶା ମାତା କରିଥିଲୁ ପ୍ରାଣେ

ସବୁ ସୁଖ ପୁତ୍ର ଦେବ ତୋର ପ୍ରାଣେ।

ଅଭାଗା ପୁତ୍ରକୁ ଜନ୍ମ ଦେଲୁ ପ୍ରାଣେ

ଛାଡି ଚାଲି ଗଲୁ ଶ୍ରୀ ପ୍ରଭୁ ଚରଣେ।୬।


ଜ୍ଞାନ ପ୍ରତିମୂର୍ତ୍ତି ମାତାଟି ମୋହର

ଅତିଥି ସେବାରେ ଆଗରେ ଆତୁର।

ସତ୍ୟେ ବିଭୂଷଣ ପ୍ରାଣ ମାଆ ତୋହାର

କି ଦେଇ ବର୍ଣ୍ଣବି ମାତାଙ୍କୁ ମୋହର।୭।


ଛାଡି ଚାଲିଗଲୁ ପ୍ରଭୁଙ୍କ ଚରଣେ

ନିର୍ଦ୍ଦୟୀ ହୋଇଲୁ କାହିଁକି କେ ଜାଣେ।

ଛେଉଣ୍ଡ କରିଲୁ କାହିଁକି ନ ଜାଣେ

ଅନ୍ଧାର ଦିଶୁଛି ସ୍ମୃତିରେ ଏ ପ୍ରାଣେ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy