STORYMIRROR

Anirudha Kund

Classics

3  

Anirudha Kund

Classics

ତୋ ପ୍ରେମ ରଜୁରେ

ତୋ ପ୍ରେମ ରଜୁରେ

1 min
226


ଥରେଟେ ମୋତେରେ 

ତୋ ପ୍ରେମ ରଜୁରେ

   ଗୁଡେଇକି ଟିକେ ବାନ୍ଧି ନେ

ଭୋଗୁଛିରେ ମୁହିଁ 

ଭୋଗିବି କାଳିଆ

   ଯେତେ ଦୁ୍ଃଖ ଦେଉଛୁ ଦେ॥୦॥


ଶୟନ ସପନେ

ଅବା ଜଗରଣେ

   ଦେଖିବାକୁ ତୋ ମୁଖ ଚାହେଁ

ତୋ ବିନା ମୁହିଁ

ପାରିବିନି ରହି

    କେଳେଇ ଟିକିଏ ମୋତେ ନେ

କୋଳେଇ ନନଲେ

 କିଏ ନେବ ଭଲେ

   କୁହ ପତିତ ପାବନ ହେ ॥୧॥


ତୋତେ ଦେଖି ଦେଖି 

ଆଖି ଯାଉ ଲାଖି

   ତୁ ପରା ମୋ ଗଣ୍ଠିଧନରେ

ଆସିବୁ ସ୍ମରଣ

ଗଲା ବେଳେ ପ୍ରାଣ

   କାଳିଆ ରହିଲା ରାଣରେ

ନେବୁ ଏ ଦାସକୁ

ତୋହରି ପାଖକୁ

    ଦୁଇ ବାହୁକୁ ପ୍ରସାରି ହେ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics