ତୋ ପ୍ରେମ ରଜୁରେ
ତୋ ପ୍ରେମ ରଜୁରେ
ଥରେଟେ ମୋତେରେ
ତୋ ପ୍ରେମ ରଜୁରେ
ଗୁଡେଇକି ଟିକେ ବାନ୍ଧି ନେ
ଭୋଗୁଛିରେ ମୁହିଁ
ଭୋଗିବି କାଳିଆ
ଯେତେ ଦୁ୍ଃଖ ଦେଉଛୁ ଦେ॥୦॥
ଶୟନ ସପନେ
ଅବା ଜଗରଣେ
ଦେଖିବାକୁ ତୋ ମୁଖ ଚାହେଁ
ତୋ ବିନା ମୁହିଁ
ପାରିବିନି ରହି
କେଳେଇ ଟିକିଏ ମୋତେ ନେ
କୋଳେଇ ନନଲେ
କିଏ ନେବ ଭଲେ
କୁହ ପତିତ ପାବନ ହେ ॥୧॥
ତୋତେ ଦେଖି ଦେଖି
ଆଖି ଯାଉ ଲାଖି
ତୁ ପରା ମୋ ଗଣ୍ଠିଧନରେ
ଆସିବୁ ସ୍ମରଣ
ଗଲା ବେଳେ ପ୍ରାଣ
କାଳିଆ ରହିଲା ରାଣରେ
ନେବୁ ଏ ଦାସକୁ
ତୋହରି ପାଖକୁ
ଦୁଇ ବାହୁକୁ ପ୍ରସାରି ହେ ॥୨॥
