ତୋ ପାଇଁ ମୁଁ
ତୋ ପାଇଁ ମୁଁ
ନା ମୁଁ ବଞ୍ଚିପାରୁଛି
ନା ମୁଁ ମରିପାରୁଛି
ନା ମୁଁ ଭୁଲିପାରୁଛି
ଖାଲି ମନେପଡୁଛି ।
ସକାଳରୁ ସଞ୍ଜ
ସଞ୍ଜରୁ ସକାଳ
ଲୁହ ଖାଲି ଲୁହ
ଓଦା ହୁଏ ଦେହ
ମନର ଯନ୍ତ୍ରଣାକୁ କବିତାର ରୂପ ଦେଉଛି ।
ପ୍ରିୟାରେ,
ତୋ କଥା ଭାବି ଭାବି
ସାଜିଗଲିଣି ମୁଁ ତୋ ପ୍ରେମେ ବାୟାରେ
ପ୍ରିୟାରେ. ପ୍ରିୟାରେ.. ।।
ତୋ ନିରୀହ ନିସ୍ତବ୍ଧ ନୟନ ପାଇଁ
ମୋ ନୟନ ଲୁହରେ ଭିଜୁଛି,
ତୋ ଗୋଲାପୀ ମଧୁର ଅଧର ପାଇଁ
ମୋ ଅଧର ତୁନି ରହୁଛି,,
ତୋ ମିଠା କଥା ଶୁଣିନାହିଁ ବୋଲି
ମୋ କାନ ବଧିର ହୋଇଛି,
ତୋ ଚିଟାଉକୁ ହାତେ ଧରିନି ବୋଲି
ମୋ ହାତ ଅଚଳ ହୋଇଛି ।
ଏ ଶରୀରେ ପ୍ରାୟଶ୍ଚିତ ଖାଲି
ଅନୁତାପ କରି ଦୁଇ
ଆଖିରୁ ଲୁହ ପଡୁଛି ଝରି ।
ସାଥିରେ,
ତୋ ପ୍ରେମ ଝୁରି
ଦିନ ବି ଲାଗୁଛି ମୋତେ କାଳ ରାତିରେ
ସାଥିରେ.. ସାଥିରେ. ।।
ତୋ ନିର୍ମଳ ନିଷ୍କପଟ ମନ ପାଇଁ
ମୋ ମନ ଝୁରି ମରୁଛି,
ତୋ ଗଜଗମନାକୁ ଦେଖିନି ବୋଲି
ମୋ ପାଦ ପାଦେ ବି ଘୁଁଚୁନି
ତୋ ସ୍ନେହ ପ୍ରେମ ଭରା ହୃଦୟ ପାଇଁ
ମୋ ହୃଦୟ ଲୁହ ଢାଳୁଛି,
ତତେ ଏତେ ଭଲ ପାଉଥିଲି ବୋଲି
ମୋ ଦେହ ପଥର ପାଲଟିଛି ।
ମୋର ଛୋଟ ଭୁଲଟେ ପାଇଁ
ତୁ ନ ଆସିଲେ ଫେରି
ତତେ ଝୁରି ଝୁରି ଯିବି ମରି ।
ରାମାରେ,
ମୋ ପ୍ରେମେ ଥିଲେ ଭୁଲ
ଫେରିଆ ଫେରିଆ ପ୍ରିୟା କରି କ୍ଷମାରେ
ରାମାରେ.. ରାମାରେ.. ।।