ତୋ ମାୟା ରେ ବାୟା
ତୋ ମାୟା ରେ ବାୟା


ହେ ଜଗମୋହନ ହେ ଚକା ନୟନ
ଭକତ ଜୀବନ ଧନ
ହେ ଦୁଷ୍ଟ ନାଶକ ହେ କୃପାବଦନ
ତୁ କରୁ ଦୁଃଖ ନାଶନ ll1ll
ଧରାଧାମେ ଯେବେ ପାପ ହାର ବଢ଼େ
ହୁଏ ତୋର ଆବିର୍ଭାବ
ସନ୍ଥ, ଭକତଙ୍କ ହୃଦୟେ ଆନଦ
ପାଇ ତୋ ସାନିଧ୍ୟ ଲାଭ ll2ll
ସବୁରି ହୃଦୟେ ବିରାଜିଛୁ ତୁହି
ଜଳ ସ୍ଥଳ ଆକାଶରେ
ତୋ ମହିମା ପ୍ରଭୁ&n
bsp; ତୋତେ ଅଗୋଚର
ମାନବ ବୁଝିକି ପାରେ ll3ll
ନିରାକାର ତୁହି ସାକାର ବି ତୁହି
ଅବତାରୀ ଅଟୁ ତୁହି
ତାରଣ ହାରିତୁ ମରଣ ଦାତା ତୁ
ଅନ୍ତର୍ଯ୍ୟାମୀ ଅଟୁ ତୁହି ll4ll
ତୋ ଵିନାଗଛର ପତ୍ରବି ହଲେନା
ସଂସାର ଚାଲେ ତୋ ପାଇଁ
କାହିଁକି କେଜାଣି ସଭିଏଁ ବାଉଳା
ତୋ ମାୟା ରେ ବାୟା ହୋଇ ll5ll