Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sahadev Behera

Romance

3  

Sahadev Behera

Romance

ତୋ ହାତ ଲେଖା

ତୋ ହାତ ଲେଖା

1 min
37



ତୋ ହାତ ଲେଖା ସେ  ପ୍ରଥମ ଚିଠିକୁ 

     ପଡୁଅଛି ବାରବାର 

ଏହି ଚିଠି ଦିନେ  ଗଢ଼ିଥିଲା ହୃଦେ

    ସ୍ବପ୍ନର ପ୍ରେମ ନଅର । 1


ସ୍ପପ୍ନର ନଅର ଭାଙ୍ଗି ଗଲା ଯେବେ 

    ତୋ ବାପା ପାରିଲେ ଜାଣି 

ଭାଇଟା ତୋହର ରାଗରେ କହିଲା 

    ପକାଇବ ମୋତେ ହାଣି l 2


ନୂଆ ନୂଆ ପ୍ରେମ ଡର ଲାଗୁଥାଏ 

   ପାରିଲିନି କାକୁ କହି 

ବାହାନା କରି ମୁଁ  ପଢୁଥାଏ ଚିଠି 

   ହାତେ ଧରି ମିଛେ ବହି l 3


ଆଖି ଆଗେ ଯେବେ  ସ୍କୁଲ ଯାଉଥିଲୁ

    ତୋ ଭାଇ ଗାଡିରେ ବସି 

 ପଛକୁ ଅନାଇ  ବାହାନାରେ ଟିକେ

    ଦେଉ ତୁ ମୁରୁକି ହସି l 4


ଘାଆରେ ମଲମ ଦେଲା ପରି ଲାଗେ 

    ଚାହୁଁଥିଲୁ ଯେବେ ଫେରି 

ଆଜି ସିନା ହେଲୁ   ବୋହୂ ତୁ କାହାର 

    ପାରୁନି ଚିଠି ତୋ ଚିରି l 5


Rate this content
Log in

Similar oriya poem from Romance