STORYMIRROR

Prashantam Bapu

Abstract Inspirational

4.5  

Prashantam Bapu

Abstract Inspirational

ତୋ ଆଡ଼କୁ ଆଉ ପାଦେ....

ତୋ ଆଡ଼କୁ ଆଉ ପାଦେ....

1 min
48



ଆଜି ତୋ ଆଡ଼କୁ ଆଉ ପାଦେ ଆଗେଇ ଗଲି

ନିଇତି କ୍ୟାଲେଣ୍ଡର ଦେଖି ଦିନ ଗଣି ଗଣି ହିସାବ ରଖେ 

ସାମ୍ରାଜ୍ୟ ମୋର ବଢ଼ିଲା କେତେ ଛିଡ଼ିଲା କେତେ  

ନିଇତି ପୁଣି ଯୋଜନା କରେ ନିଜକୁ ପ୍ରସ୍ତୁତ ରଖେ 

ଲଢ଼ୁଥିବା ଯୁଦ୍ଧ ପାଇଁ ଆଉ ଭବିଷ୍ୟତ ର ଯୁଦ୍ଧ ପାଇଁ 

ହେଲେ ଏ ହିସାବ ନିକାଶ ଯୋଜନା ପ୍ରସ୍ତୁତି 

ଦିନେ ଯେ ସବୁ ବିଫଳ ହେବ ଏତକ ସ୍ମରଣ ନଥାଏ


ମୋ ଚିନ୍ତା ଉଦବେଗ ଅସହାୟବୋଧ ର ମୂଳ

ତୋର ଅପ୍ରତିରୋଧ ମାଧ୍ୟାକର୍ଷଣ ନୁହେଁ ତ ?

ତୋ ଆଡ଼କୁ ଯିବା ଛଡ଼ା ମୋର ଅନ୍ଯ ଗତି ନାହିଁ 

ଗୋଟାପଣେ ତୋର ହେବା ଛଡ଼ା 

ମୋ ସ୍ୱାଧୀନତା ବୋଲି କିଛି ନାହିଁ 

ଏ ସ୍ୱାଧୀନତା ପାଇଁ ଯେତେ ଲଢ଼େଇ 

ଯେତେ ବିଦ୍ରୋହ ସବୁ ଅସାର ସବୁ ବ୍ଯର୍ଥ

ତୋ

ଅକ୍ତିଆରରୁ କେବେ ନିସ୍ତାର ନାହିଁ କି ମୁକ୍ତି ନାହିଁ 


ଏଇଥି ପାଇଁ କି ମୋ ହୃଦୟ ମନରେ ଏତେ ତୃଷ୍ଣା 

ଲୋଭ ହିଂସା ଘୃଣା ବିଦ୍ରୋହ ବ୍ୟର୍ଥତା ହତାଶବୋଧ ?


ତୋ ସହ ଯେତେ ଲଢ଼ିଲେ ବି ଜିତି ପାରିବିନି 

କେହି ବି ଆଜି ଯାଏଁ ଜିତି ନାହାଁନ୍ତି 

ନିଜକୁ ସର୍ବ ଶକ୍ତିମାନ ଇଶ୍ୱର ବୋଲାଉଥିବା 

ପୁରାଣ ଇତିହାସର ସବୁଠୁ ଶ୍ରେଷ୍ଠ ସବୁଠୁ ନୃଶଂସ 

ଦେବତା ଅସୁର ତୁଲ୍ୟ ମଣିଷ ଗୁଡ଼ାକ ବି


ତ ସମ୍ପୂର୍ଣ ଆତ୍ମସମର୍ପଣ ହିଁ ଏକ ମାତ୍ର ପନ୍ଥା 

ଏତକ ଶିଖିଗଲେ ହାର୍ ବି ବିଜୟର ଗୌରବ ଆଣିଦେବ  

ତୁ ନିଜେ ଆସି ତୋ ହାତରେ 

ମରଣ ମୁହଁରେ ମୋର ଅମୃତ ଚଟାଇ ଦେବୁ ...


୦୭/୦୮/୨୦୨୪ , କରଞ୍ଜିଆ , ମୟୁରଭଞ୍ଜ ‌।



Rate this content
Log in

Similar oriya poem from Abstract