STORYMIRROR

Chaturbhuja Sahoo

Romance

4  

Chaturbhuja Sahoo

Romance

ତମେତ

ତମେତ

1 min
398

ତମେ ତ ଭାବନା      ତମେ ଉଦ୍ଦିପନା

       ସାର୍ଥକତା ର ମନ୍ତ୍ର,

ସକାଳ ରୁ ସଞ୍ଜ      ଭାବର ଆବେଗ

       ସର୍ଜନା ପାଇଁ ସୂତ୍ର ।।


କାବ୍ୟ ନାୟିକା        ସୃଷ୍ଟି କରିଅଛ

     ଦେଇ ଅସୀମ ପ୍ରେରଣା ,

ପ୍ରତିଟି ହୃଦୟେ     କବିତା ର ଗଙ୍ଗା

     ଏଇତ ତୁମ ଠିକଣା ।।


ତୁମରି ସୄନେହର       ପ୍ରୀତିବୋଳା ଗନ୍ଧେ

        କାବ୍ୟ ପୁରୁଷ ଅନ୍ଧ,

ଭାବ ନିର୍ଝରଣୀ          ତଲ୍ଲୀନ ତଟିନୀ

      ମାନେ ନାହିଁ ବାଡ ବନ୍ଧ ।।


ଏଇମିତି ପ୍ରିୟା        ପ୍ରଣୟିନୀ ହୋଇ

       ପ୍ରେରଣା ଦିଅ ଭରି,

ପ୍ରୀତିଲଗ୍ନା ତୁମ        ପ୍ରୀତି ସାଗରରେ

      ବାହିବାକୁ କାବ୍ୟ ତରୀ ।।


      


Rate this content
Log in

Similar oriya poem from Romance