STORYMIRROR

Sneha Mishra

Romance Others

3  

Sneha Mishra

Romance Others

ତମେ

ତମେ

1 min
225

   ତୁମ ପାଇଁ ଲେଖୁଚି କବିତା ମୁହିଁ

       ତୁମେ ତ ଆକାଶ ନୀଲିମା ।

   ଧରା କେବେ ଦେବ କୁହ

         ଆହେ ପ୍ରିୟତ୍ତମା ।।୧।।

   

   ସପ୍ତସ୍ଵରେ ଗାଉଚି ମୁଁ

        ତୁମ ପାଇଁ ।

   ଅଜ୍ଞାତ ବି ଅଛି ଆଜି

     ତୁମେ ଶୁଣୁଚ କି ନାହିଁ ।।୨।।


   ଶତୃଙ୍କୁ ଜିଣିଲି ମୁହିଁ

         ଏହି ବାହୁବଳେ ।

   ପାଇବାକୁ ତୁମକୁ ମୁଁ

     କଳେବଳେ କଉଶଳେ ।।୩।।


    ସାଇତି ରଖିଚି ମୁହିଁ

     ସବୁକିଛି  ତୁମ ପାଇଁ ।

    ଧରାଦେଲ  ନାହିଁ ମତେ

       ଆହେ  ନୀଳକଇଁ ।୪।।


   ମୁଁ ! ମୁଁ କରୁଚି ମୁଁ

      ସବୁତ ଅଟଇ ତୁମେ ।

  ତୁମ ବିନା  କିଛି ନାହିଁ

      ଏହି ଧରା ଧାମେ ।।୫।।


 ପ୍ରେମିକ ମୋ ପରିଚୟ

    ତୁମେ ମୋ ପ୍ରେମିକା ।

 ବାସ୍ତବରେ ଅଛ କିମ୍ବା

    ତୁମେ ମରିଚୀକା ।।୬।।


Rate this content
Log in

Similar oriya poem from Romance