STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

3  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance

ତମେ

ତମେ

1 min
161


ସରଗର ପରୀ ତମେ 

ଯେଉଁ ଦିନ ତମକୁ ଦେଖିଲି ପ୍ରଥମେ 

ସେହି ଦିନୁ ପଡିଗଲି ତମ ପ୍ରେମେ, 

ତମ ରୂପ ଗୁଣକୁ ନେଇ ଲେଖୁଛି 

ହୃଦୟର କବିତା ତମରି ନାମେ 

ଭାବିଛି ତମ ହାତ ଧରି ସାରା ଜୀବନ 

ସୁଖରେ ଦିନ କାଟିବି ଏ ଧରାଧାମେ। 

ମୋ ସପନର ସୁନ୍ଦରୀ ତମେ 

ତମକୁ ପାଇବି ଥିଲେ ମୋ କରମେ, 

ତମ କଥା ଭାବି ବସେ ମରମେ ମରମେ 

ମନ କଥା କହି ଦେଲେ ତୁମ ପାଶେ 

ଲାଜକୁଳୀ ପରି ଝାଉଁଳି ଯାଅ ସରମେ। 

ମୋ ମନ ପ୍ରାଣର ଆଶା ତମେ 

ଗଢିଛି ଏକ କଳ୍ପନାର ମହଲ ବହୁ ଶ୍ରମେ, 

ପୁନେଇଁ ଚାନ୍ଦ ହୋଇ ଉଇଁ ଆସି 

ମୋ ଭାଗ୍ୟ ଆକାଣେ ରହିବ ଆରାମେ 

ତମ ସାଥେ ମିଶି ସାଇତା ସପନ 

ପୂରଣ କରିବା ସବୁ ଆମେ।

ମୋ ପ୍ରତୀକ୍ଷାର ପ୍ରତୀକ୍ଷା ତମେ 

ସଂକଳ୍ପ କରିଛି ତମକୁ କରିବି ଜୀବନସାଥୀ 

ହାତ ତମର ଛାଡିବିନି ଜନମେ ଜନମେ, 

ସମୟର ଚକ ଗଡି ଚାଲେ ଆଗକୁ 

ଅଟକେନା ଚାଲିଥାଏ ଅବିରାମେ 

ତମ ସାଥେ ସଂପର୍କ ମୋର 

ଚାଲି ଥିବ ଏମିତି ନ୍ୟାୟ ନୀତି ଧରମେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance