ତମେ
ତମେ
ସରଗର ପରୀ ତମେ
ଯେଉଁ ଦିନ ତମକୁ ଦେଖିଲି ପ୍ରଥମେ
ସେହି ଦିନୁ ପଡିଗଲି ତମ ପ୍ରେମେ,
ତମ ରୂପ ଗୁଣକୁ ନେଇ ଲେଖୁଛି
ହୃଦୟର କବିତା ତମରି ନାମେ
ଭାବିଛି ତମ ହାତ ଧରି ସାରା ଜୀବନ
ସୁଖରେ ଦିନ କାଟିବି ଏ ଧରାଧାମେ।
ମୋ ସପନର ସୁନ୍ଦରୀ ତମେ
ତମକୁ ପାଇବି ଥିଲେ ମୋ କରମେ,
ତମ କଥା ଭାବି ବସେ ମରମେ ମରମେ
ମନ କଥା କହି ଦେଲେ ତୁମ ପାଶେ
ଲାଜକୁଳୀ ପରି ଝାଉଁଳି ଯାଅ ସରମେ।
ମୋ ମନ ପ୍ରାଣର ଆଶା ତମେ
ଗଢିଛି ଏକ କଳ୍ପନାର ମହଲ ବହୁ ଶ୍ରମେ,
ପୁନେଇଁ ଚାନ୍ଦ ହୋଇ ଉଇଁ ଆସି
ମୋ ଭାଗ୍ୟ ଆକାଣେ ରହିବ ଆରାମେ
ତମ ସାଥେ ମିଶି ସାଇତା ସପନ
ପୂରଣ କରିବା ସବୁ ଆମେ।
ମୋ ପ୍ରତୀକ୍ଷାର ପ୍ରତୀକ୍ଷା ତମେ
ସଂକଳ୍ପ କରିଛି ତମକୁ କରିବି ଜୀବନସାଥୀ
ହାତ ତମର ଛାଡିବିନି ଜନମେ ଜନମେ,
ସମୟର ଚକ ଗଡି ଚାଲେ ଆଗକୁ
ଅଟକେନା ଚାଲିଥାଏ ଅବିରାମେ
ତମ ସାଥେ ସଂପର୍କ ମୋର
ଚାଲି ଥିବ ଏମିତି ନ୍ୟାୟ ନୀତି ଧରମେ ।