ତମେ' ଅନୁପମ
ତମେ' ଅନୁପମ
ତମେ ଅନୁପମ
ତମେ କବିର କବିତା
ତମେ ଦୀପ ହେଲେ ମୁଁ ସଳିତା,
ତମେ ବଂଶୀର ସୂରତା
ତମେ ବନ କଦମ୍ବର ମୁଁ କଦମ୍ବ ଶ୍ଵେତା,
ତମେ ଶ୍ୟାମଳ ମୁରତି
ତମ ମନ୍ଦିର କାନ୍ଥରେ ମୁଁ ଶିଉଳି ଲତା ||
ତମେ ଜହ୍ନର କିରଣ
ମୁଁ ଆଲୋକ ସନ୍ଧ୍ୟା
ତମେ ... ତମେ ବୋଲି କୁହ
ମୁଁ ତମ ସ୍ୱରରେ ବନ୍ଧା ||
ତମେ ଅଢେଇ ଅକ୍ଷରେ
ତମ ବଂଶୀରେ ମୁଁ ବନ୍ଧା,
ତମେ ପୁଣି କେବେ ଶଖାରେ ବର୍ଣ୍ଣା
ତମେ ସଖା ହେଲେ ମୁଁ ଋତୁପର୍ଣ୍ଣା ||
ତମେ ସ୍ୱତଃସ୍ପୃତ ବାସ୍ତବ ମାୟାବୀ
ତମ ଭଜନରେ କେବେ ମୁଁ କବୀ,
ତମେ ବଂଶୀଧାରୀ ତମେ ମୁରାରୀ
ତମେ ସତ୍ୟ ତମେ ସଂସାରଧାରୀ ||
ତମେ ପ୍ରେମର ମୁକ୍ତି ଅନୁପମ
ମୁଁ ସ୍ୱକୀୟ ସତ୍ତାକୁ କରେ ଅତିକ୍ରମ,
ତମେ ମାଧବ ତମେ ଶ୍ୟାମ
ତମେ ସର୍ବଦା ସଖାର ଶ୍ୟାମ ||
ସୃଷ୍ଟିକର୍ତ୍ତା ତମେ
ବିନାସକର୍ତ୍ତା ବି ତମେ,
ସଖାର ଉଦାହରଣରେ ତମେ
ରାଧାର ସ୍ପନ୍ଦନରେ ଖାଲି ତମେ......ତମେ ||

