ତମେ ଆଉ ମୁଁ
ତମେ ଆଉ ମୁଁ
ସେଇ ସ୍ଵପ୍ନ ବିଭୋର ଆଖି
ଥମିଥିଲା ପାଦ ଆପେ ଆପେ ମୋର
ଯେବେ, ପ୍ରଥମେ ଥିଲି ମୁଁ ଦେଖି
ସେଇ ସ୍ଵପ୍ନ ବିଭୋର ଆଖି ।
ଉଠିଥିଲା କେତେ ମନରେ ଉଚ୍ଚାଟ
ଗାଇଥିଲି କେତେ ନିରବେ ସଙ୍ଗୀତ
ଉଙ୍କି ଥିଲି ତାରେ ଅଲକ୍ଷରେ ମୋର
ଗୁପତେ ଦେବାକୁ ଦେଖି
ହୋଇ ସାଗରେ ତରଙ୍ଗ ମୁଁ କି
ସେଇ ସ୍ଵପ୍ନ ବିଭୋର ଆଖି ।
ଚଞ୍ଚଳ ସଚିତ୍ରେ ଖିଲି ଖିଲି ହସି
ଯାଇଥିଲା ସିଏ ଦୃଶ୍ୟପଟ୍ଟୁ ଖସି
କ୍ଷଣକରେ ଦେଇ ତାର ପ୍ରତିଛବି
ହୃଦୟ ଭିତରେ ଆଙ୍କି
ସେଇ ସ୍ଵପ୍ନ ବିଭୋର ଆଖି ।
#ଚେନାଏ କବିତା