STORYMIRROR

SARATA KUMAR DAS

Romance

3  

SARATA KUMAR DAS

Romance

ତମେ ଆସିବ ବୋଲି- ୦୯

ତମେ ଆସିବ ବୋଲି- ୦୯

1 min
235


ତମେ ଆସିବ ବୋଲି

ଆକାଶ ଛାତିରୁ ଅଜାଡି ପଡୁଛି 

ଅଞ୍ଜୁଳା ଅଞ୍ଜୁଳା ସିକ୍ତ ସ୍ନିଗ୍ଧ ଶୀତଳ ଚନ୍ଦନ

ଚଉଦିଗ ଟୁପୁରୁ ଟୁପୁରୁ ଝୁପୁରୁ ଝୁପୁରୁ

ଝଲମଲ ଜାଇ ,ଯୂଈ, ମଲ୍ଲୀର ଗଜରା

ଧରିତ୍ରୀର ଗହଳ ଗଭାରେ ,

ମନ ହୁଏ ଆନମନା

କିଆ କେତକୀର ସୁବାସିତ ଗନ୍ଧେ ,

ଝମ୍ ଝମ୍ ଶୁଭେ ବର୍ଷାର ନୂପୁର 

ବିଜୁଳିର ଚକମକ ଆଲୋକ ସାଥିରେ  ।


କଳାମେଘୀ ପାଟ ପିନ୍ଧି ମୌସୁମୀ ଆସିଛି

ପାଦ ଚାପି ଧୀରେ ଧୀରେ ମେଘ ସବାରୀରେ

ପୂର୍ଣ୍ଣକୁମ୍ଭ ସ୍ଥାପିତ ହେଲାଣି ମାଟି ଅଗଣାରେ

ଟୋପା ଟୋପା ମୁକ୍ତା ବିନ୍ଦୁ କରେ ମୋହାଚ୍ଛନ୍ନ

ନାଚିଯାଏ ଅମାନିଆ ମନ ମୋର 

ବର୍ଷାର ରିମଝିମ୍ ସୁରେ ପ୍ରୀତିର ଛନ୍ଦରେ ।


ଖିଲି ଖିଲି ହସେ ବର୍ଷା ଭିଜାରାତି 

ବଢିଯାଏ ହୃଦୟରେ ତାତି ନିଶୀଥ ପ୍ରହରେ

ଦେହ ମନ ପ୍ରାଣ ମୋର ଜଳି ଜଳି ଯାଏ

ପ୍ରତି ମୁହୂର୍ତ୍ତରେ କାମନାର ଜ୍ବଳନ୍ତ ଅଗ୍ନିରେ ;

ଆଉ ଲାଜେଇ ଜହ୍ନ ଟା ମୁହଁ ଢାଙ୍କେ ଓଢଣୀରେ

ମୋ ଝର୍କା ଆରପଟ ଦୂର ଶାଳବଣେ ।


ରୁମଝୁମ୍ ତମ ଘୁଙ୍ଗୁରର ଶବ୍ଦ 

ପଶିଆସେ ଥିରିଥିରି ମୋ ବାତାୟନ ପଥେ

ପ୍ରତିଟି ପଲକ ମୋର ଭରିଯାଏ

ତମ ନୀଳ ନୀଳ ସ୍ମୃତିର ନୀଳ ପୁଲକରେ  

ସତରେ ପ୍ରିୟା ତମେ !

ମୋ ମନର ସୁଗନ୍ଧିତ ନୀଳ ମହଲରେ

ତମେ ପ୍ରୀତିଗନ୍ଧା ନୀଳପରୀଟିଏ  ।।



Rate this content
Log in

Similar oriya poem from Romance