STORYMIRROR

CHINMAYEE PRADHAN

Abstract Inspirational Children

3  

CHINMAYEE PRADHAN

Abstract Inspirational Children

ତମ୍ବାଖୁ

ତମ୍ବାଖୁ

1 min
134


ତମ୍ବାଖୁ ଅଟଇ ମୋ ନାମ

ଜୀବନ ନାଶ ମୋର କାମ। 



ସମ୍ପର୍କ ସ୍ଥାପିଣ ସଧିରେ 

ଜୀବନ ନିଏ ସହଜରେ। 


ଟୋକାକୁ ମୁଁ କରଇ ବୁଢ଼ା 

କରି ତାଙ୍କୁ ପ୍ରକୃତି ଛଡା। 


ଅକାଳେ ଆଣେ ମୁଁ ବାର୍ଦ୍ଧକ୍ୟ 

ଚିହ୍ନି ଯେ ନ ପାରନ୍ତି ଲୋକ। 


ବୁଲାଏ ମୁଁ ଜୀବନ ମୋଡ

ପଛରେ ମୋ ଲୋକଙ୍କ ଭିଡ। 


କରିଣ ମତେ ନିମନ୍ତ୍ରଣ 

ମୃତ୍ୟୁ କରନ୍ତି ଆମନ୍ତ୍ରଣ। 


କର୍କଟ ରୋଗର କାରଣ 

କରଇ ଅର୍ଥକୁ ଶୋଷଣ। 


ସ୍ୱାସ୍ଥ୍ୟକୁ ମୁଁ ନଷ୍ଟ କରଇ

ମନେ ଅବସାଦ ଆଣଇ। 


ଘରେ ମୁଁ ଝଗଡ଼ା କରାଇ

ଅଶାନ୍ତିକୁ ଡାକି ଆଣଇ। 


ସିଗାରେଟ୍ ରୂପେ ଧୂଆଁ ମୁଁ 

ଫୁସଫୁସ୍ ନଷ୍ଟ କରେ ମୁଁ। 


ମୋ ଦେହେ ନିଆଁକୁ ଲଗାଇ 

ଖୁସିକୁ ମଣିଷ ଜାଳଇ। 


ନାନାପ୍ରକାର ଖୋଳେ ଥାଏ

ମକଚିକି ପାଟିରେ ଦିଏ। 


ଆନନ୍ଦେ ସେ ପାଟିରେ ଜାକେ 

ନଜାଣିକି ରୋଗକୁ ଡାକେ। 


ଅଭ୍ଯାସେ ପଡିଗଲେ ଥରେ 

ମୋ ବିନା ରହି କେ ନ ପାରେ। 


ନୁହେଁ ମୁଁ ଛୋଟିଆ ଯେ ନିଶା

ସହଜେ ଟାଣଇ ପଇସା। 


ଜୀବନେ ଆଣେ ଶନି ଦଶା 

କରାଏ ମୁଁହି ଲୋକ ହସା। 


ସଂପର୍କ କରଇ ମୁଁ ତିକ୍ତ 

ଜୀବନ କରିଦିଏ ବ୍ୟସ୍ତ।


ମଣିଷ ମତେ ସ୍ରୁଷ୍ଟି କରେ 

ମୁଁ କିନ୍ତୁ ତାକୁ ନାଶ କରେ। 


ସମ୍ପୂର୍ଣ୍ଣ ନିଷେଧ ନ ହେଲେ 

ଜୀବନ ଯାଉଥିବ ଭଲେ। 


ରହିଲେ ମୋ ଠାରୁ ଦୂରରେ 

ଜୀବନ ବିତିବ ସୁଖରେ। 





 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract