STORYMIRROR

Anjana Naik,Anju..Deogarh

Romance Classics Fantasy

4  

Anjana Naik,Anju..Deogarh

Romance Classics Fantasy

ତମ ପ୍ରଶ୍ନରେ ନିରୁତ୍ତର

ତମ ପ୍ରଶ୍ନରେ ନିରୁତ୍ତର

1 min
5


ଅକୁହା ଶବ୍ଦ ଗୁଡ଼ାକ

ମୋ ଚାରି ପାଖରେ ପରାଶ୍ରୟୀ ଲତା ପରି

ଗୁଡ଼େଇ ତୁଡ଼େଇ ହେଉଛନ୍ତି 

କାଳେ ମୁଁ ତାଙ୍କୁ ଏକତ୍ରିତ କରି 

ଗୁନ୍ଥିଦେବି ହୃଦୟସ୍ପର୍ଶୀ କବିତା ଟିଏ 

ତମ ବିରହରେ ।।


ବିଭିନ୍ନ ଅର୍ଥହୀନ ଭାବନାରେ 

ଲେଖିବା ପାଇଁ ଯେବେ କଲମ ଖୋଜେ

ଶବ୍ଦସବୁ ମୋତେ ଦଂଶନ କରୁଥିଲେ

 ହାରିବା ଜିତିବାର ନୂଆଁ ଦୁନିଆଁରେ  ।


ହୃଦୟରୁ ହୃଦୟକୁ ବହିଯିବ ଯେବେ 

ପ୍ରତ୍ୟେକ ଶବ୍ଦର ଅର୍ଥ ଭିନ୍ନ ଭିନ୍ନ 

ଲୋକେ ବୁଝିବା ଆଗରୁ

ମନ ମୋର ପବିତ୍ରତାର ବୈତରଣୀ ରେ 

ବହିଯିବ ଧାରା ଶ୍ରାବଣରେ ।।


ତମ ପ୍ରଶ୍ନରେ ନିରୁତ୍ତର ଆଜି ମୁଁ .....

ହାରିଲି କେତେ ଜିତିଲି କେତେ

ହିସାବ କରିବାର ବାହାନା କରି 

କେବେ କଣ ମୋ ମସୃଣ ହୃଦୟରୁ 

ବାହାରିବ କର୍କଶ ସ୍ଵର  

ଭଙ୍ଗିଦେବ ଅଦୃଶ୍ୟ ସମ୍ପର୍କର ସେତୁବନ୍ଧ  

ଅତୀତର କିଛି ଅଭୁଲା ସ୍ମୃତି ସାଉଁଟି

ଗୋଟାକ ପରେ ଗୋଟାଏ କବିତା  

ଲେଖିଚ଼ାଲେ ଏଇ ଭାବନାରେ ।।


ଆଜି ମନ ହାଲକା ହାଲକା ଲାଗେ

ହୃଦୟର ଭାବନାକୁ

କାଳିରେ ପ୍ରତିବିମ୍ବିତ କଲାବେଳେ

ତମ ପ୍ରଶ୍ନଭରା ମୁହଁ 

ପ୍ରତ୍ୟେକ ଅକ୍ଷରକୁ,ପ୍ରତ୍ୟେକ ଶବ୍ଦକୁ

ପ୍ରତ୍ୟେକ ପଦରୁ ,ପଦାନ୍ତରକୁ ଛୁଇଁ ଛୁଇଁ

ବୁଝି ଯାଆନ୍ତି ମୋ ନିରବତାର କାରଣ 

ମୁଁ ଅଜାଣତରେ ,ଆନମନା ହୋଇ 

ଲେଖିଦେଉଛି ସାଦା କାଗଜ ବକ୍ଷରେ ।।



Rate this content
Log in

Similar oriya poem from Romance