STORYMIRROR

Lipsa Acharya

Abstract

2  

Lipsa Acharya

Abstract

ତଳ ସାହିର ମାଳୀ କନ୍ଯା

ତଳ ସାହିର ମାଳୀ କନ୍ଯା

1 min
297

ତମସାର ବକ୍ଷରେ ଶୁଭ୍ରାଂଶୁ ଯେବେ ଉଦିତ ହେଲା,

ତଳ ସହିର ମାଳୀ କନ୍ଯାବି ନିଜକୁ ରାଜକନ୍ଯା ଭାବିଲା

ଅପଲକ ନୟନରେ ମାଟି କାନ୍ଥକୁ ଆଉଚି ବସି

ନଡିଆ ଗଚ୍ଥର ସରୁ ପତ୍ର ଅଢୁଆରେ ଥିବା ସେ

କୁମାର ପୂର୍ଣ୍ଣିମା ଜହ୍ନ କୁ କଣେଇ ଚାହିଁଲା


କି ବର ମାଗିବ ସେ ଓଷଧୀଶଙ୍କୁ

ଜହ୍ନି ଓଷା ବି ଆଜି ମେଲାଣି ଦବ ,

ପୁଣି ଫେରିବାର ରାଣ ନେଇ

ଟିକିଏ ପରେ ବଉଳ ଆସି ଡାକିବେ

ଭଷାଣି କରିବୁ ନାହିଁ କି , ତୋ କୁମ୍ଭ କଳସ ଗୁଆ କଉଡିର

ମୋ କପାଳତ ଫଟା ତେଣୁ ଗଜା ହେଲା ନାହିଁ ପଞ୍ଚଶସ୍ଯ

ଉପର ସାହି ରତନା ଭାଉଜଙ୍କ ବ୍ଯଙ୍ଗ

ମାଳୀ ଝିଅଲ ମିଳିବ ନାହିଁ ତୋତେ ଆଉ କାର୍ତ୍ତିକଙ୍କ ଯେସନ ବର


ବର କଥା ଦୂରରେ ଥାଉ, ଘରେ ନାହିଁ ଦାନା

ବାପା ଭାଗ ଚାଷୀକୁ ମା' ଖଲି ସିଲେଇ 

ଭାଇ ଦାଦନ ଶ୍ରମିକ କୁ ମୁଁ ଅଧାପାଠୋଇ

ନିଜକୁ ନିଜେ ଭାବେ ରାଜ ଉଆସ ର ରାଜ କନ୍ଯା

ହେ! ନିଶାପତି ଇଚ୍ଚ୍ଥା ହୁଏ , ତମ ସହିତ କରିବାକୁ କଳି


ମୃଗାଙ୍କ ତୁମ ଶୁଭ୍ର ଅଂଶୁରେ କଇଁକୁ ପ୍ରେମିକା ସଜେଇ 

ନିଜେ ଯେତେବେଳେ ପ୍ରେମିକ ପୁରୁଷ ସାଜିବାକୁ ଆସ,

ମୁଁ ବି ତମ ସମୟକୁ ଚୋରାଇ ନିଏ , ତମ ଅଜାଣତରେ

ମୋ ରାଜକୁମାରର ସ୍ବପ୍ନରେ ଟିକିଏ ହଜିବା ପାଇଁ କି


ଶର୍ବରୀର କାଳିମା ଯେତେ ଗଭୀର ନିଶାକରଙ୍କ ନିଶା ବି ଅନେକ

ସେଥିରେ ମୋ ଅନେକ ନିରବ ପ୍ରଶ୍ନ,

ବଉଳର ପାଟ ଶାଢୀକୁ ମୋର ସାତସିଆଁ ଲୁଗା

କି ଆନନ୍ଦରେ ତଳ ସହିର ମାଳୀ କନ୍ଯା ପାଳିବ କୁମାର ପୂର୍ଣ୍ଣିମା

 ଯୁବାନ ମୃଗାଙ୍କ ବର ମୋ ସାତ ସପନ

ବାପା ଭାଇ ବାଚ୍ଥି ଆସିଚ୍ଥନ୍ତି ପାକୁଆ ବର

ରଜା ଘର ଝିଅ ବି କାନ୍ଦେ

ବାପା ଯାଇଥିଲେ ପାନ ବାଡକୁ

ଖୋଜି ଆଣିଲେ ବୁଢା ବରକୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract