STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ତିନୋଟି କବିତା

ତିନୋଟି କବିତା

1 min
6


        ନଂ-୧

ଏ ଦେହଟା ମୋର ମଣିଷ ରୂପରେ

   କର୍ମ ଧର୍ମ ନୀଚ ଭଳି

ପଶୁ ପକ୍ଷୀଠାରୁ ଆହୁରି କଦର୍ଯ୍ୟ

   ପ୍ରକୃତି ଦେଇଛି ବୋଳି

   ଶୁଣିଲେ ହୋଇବ ଭାଳି

କାହାକୁ ସ୍ଵର୍ଗରେ ବସାଇଛି ଈଷ୍ଟ

   ମୋର ଦେହ ଚୂନକାଳି।

        ନଂ-୨

ବଡ ଭାଗ୍ୟବାନ ଏ ସଂସାରେ ମୁହିଁ

   ଈଶ୍ଵର ଆଦେଶ ପାଇ

ନୀଚ କର୍ମ ଧର୍ମ କରିବା ହେଉଛି

   ପ୍ରକୃତି କୋଳରେ ଥାଇ

   ଦେଖାଏ ଛଟକ ଛଇ

ବଡ଼ ଭୟଙ୍କର ଇତର ପ୍ରାଣୀ ମୁଁ

   ଘୃଣା କରିବ କି କେହି?

        ନଂ-୩

ଏହି ଦେହଟାକୁ ବଡ଼ ଯତ୍ନ କରି

   ଖଞ୍ଜିଛି ଈଶ୍ଵର ଦେଖ

ପ୍ରକୃତି ସହିତ ଜଡ଼ିତ ନିହିତ

   ନିତି ହିଁ ଖୋଜେଇ ଦୁଃଖ 

   ଭୋକ ଆଉ ଶୋଷ ଚାଖ

ପ୍ରକୃତି ପୁରୁଷ ପରସ୍ପର ଭେଟି

   ଚାହୁଁଛି ଦେବାକୁ ସୁଖ।

 


Rate this content
Log in

Similar oriya poem from Abstract