ତିନି ତୁଣ୍ଡରେ ଛେଳି କୁକୁର
ତିନି ତୁଣ୍ଡରେ ଛେଳି କୁକୁର
ଯାହା ଦେଖିବନି ବେନି ନୟନେ
ପରତେ ନଯିବ ଗୁରୁ ବଚନେ ll
ଲୋକକଥା ଏହା ଅଟଇ ସତ୍ୟ
ଶୁଣିବା କଥାଟି ସଦା ଅସତ୍ୟ ll
ଓଲଟା ଆମର ମଣିଷ ମନ
ମାନେନାହିଁ ସିଏ ପରା ଦର୍ଶନ ll
ଗୁଜବକୁ କରେ ସେହି ବିଶ୍ୱାସ
ପ୍ରସାର କରଇ ଦେଇ ବିଶ୍ୱାସ ll
ତିନି ତୁଣ୍ଡରେ ଛେଳି କୁକୁର
ପ୍ରଘଟ ହୁଅଇ ମିଥ୍ୟା ଖବର ll
ଆକାଶରେ ସାଇ ଦେଲେ ଦର୍ଶନ
କୁହା କୁହି ହେଲେ ଅନେକ ଜନ ll
ସିମେଣ୍ଟ ଗାଇଟି ଦେଉଛି କ୍ଷୀର
ପାଦୁ ଝରୁଅଛି ମିଠା ମହୁର ll
ସାରଥୀ ବାବାର ହେଲା ପ୍ରଚାର
କେତେ ଯୋଡିହେଲେ ହୋଇ ଭକ୍ତର ll
ସତ୍ୟ ବୁଝିବାକୁ ନାହିଁଟି ବେଳ
ଅଶିକ୍ଷା ଅନୀତି ଦେଶକୁ କାଳ ll
ନେତା କହିଥାନ୍ତି କଥା ସୁନ୍ଦର
ବୁଝିକି ଅବୁଝା ଦେଶରେ ନର ll
