ତିନି ହାତ ମଣିଷକୁ ଖଣ୍ଡା ବାରହାତ
ତିନି ହାତ ମଣିଷକୁ ଖଣ୍ଡା ବାରହାତ
ତିନିହାତ ମଣିଷକୁ ଖଣ୍ଡା ବାରହାତ
କଳିଯୁଗ ଶେଷ ହେବ ପାପୀ ହେବେ ହତ
କଳ୍କୀ ଅବତାର ବୋଲି ମାଲିଜାରେ ସତ୍ୟ
କରୋନା ରୂପେ ଗ୍ରାସିଲୁ ଏ ସାରା ଜଗତ.
ଆହେ ଲଷ୍ମୀ କାନ୍ତ,,,,
ଆହେ ଜଗନ୍ନାଥ,,,,,,
କଳ୍କୀ ଅବତାର ଏହି ନୁହେଁ କି ସତ୍ୟ,,?
ଶେଷ ହେଲା କୋଡିଏ ଯେ ନ ଫିଟେ କବାଟ
କୋକୁଆ ଭୟ ଉଠିଲା ଶୂନ୍ୟ ହେଲା ବାଟ.
ଆସୁଅଛି ଏକୋଇଶ ଧରି ନୂଆ ଘଟ
ଏକୋଇସେ ଫିଟିବ ଯେ ଦେଉଳ କବାଟ
ଆହେ ନନ୍ଦ ଚାଟ,,,,,,,
ଆହେ ଗୋପ ନଟ,,,,,,
କୁସୁମିତ ହେଉ ପ୍ରଭୁ ସର୍ବ ଚଲା ପଥ ।
ତୋହର କରୁଣା ହେଲେ ଆହେ ମାୟାଧର
ଦୁଷ୍ଟ ବନି ଯାଏ ସାଧୁ ନ ଥାଏ ବିକାର
ତୋହର ଭକ୍ତିରେ ପ୍ରଭୁ ପୁଣ୍ୟ ହୁଏ ଜାତ
ତୋହର ସ୍ପରଷେ ପ୍ରଭୁ ପାପୀ ହୁଏ ହତ.
ଆହେ ସଚିକାନ୍ତ,,,,,
ଆହେ ଗୋପୀନାଥ,,,,,
ଦୃଷ୍ଟ ଭ୍ରଷ୍ଟାଚାରି ପାଇଁ ବଢ଼ା ତୋର ହାତ ।
ଚରଣ ତଳେ ମିନତୀ ହେ ଜଗତତାତ
ସେ ହାତ ପରଶ ଦେଇ ଦେଖା ପୁଣ୍ୟ ପଥ
ନୂଆବର୍ଷେ ନୂଆସୁଖ ପ୍ରଭୁ କର ଜାତ
ତୁମ ବିନା ଅଧା ସିନା ଏ ସାରା ଜଗତ.
ଆହେ ଦିନ ନାଥ,,,,,,
ଆହେ ପୁଣ୍ୟ ନାଥ,,,,
ପ୍ରତିପ୍ରାଣେ ଜାଗିଉଠୁ ଭକ୍ତି ପ୍ରଣିପାତ ।
