STORYMIRROR

Amita Dash

Tragedy Inspirational

3  

Amita Dash

Tragedy Inspirational

ଥୁଣ୍ଟାଗଛ

ଥୁଣ୍ଟାଗଛ

1 min
262


ମୁଁ ଥୁଣ୍ଟା ବରଗଛ

ତୁ ସିମେଣ୍ଟ ଚଟାଣରେ ବସିଥିବା ବାଟହୁଡା ଯୁବ ପଥିକ।

ବାଟହୁଡା କହିବା ଅନ୍ୟାୟ ହେବ।

ଶାନ୍ତ ସରଳ ଦୁଃଖ ସାଉଁଟି ଥିବା ବାଟୋଇ,ବଣିକ।

ଆଜିଯାଏ କୋଉଠି ଥିଲ,କୁଆଡ଼େ ଯାଇଥିଲ।

ଟାଇଁ,ଟାଇଁ ଖରା ଛତାଟେ ସାଥିରେ ରଖିନ।

କ୍ଲାନ୍ତ ଲାଗୁଚ, ଶୋଇ ପଡନ୍ତ ଯେ ,ମୋର ଛାୟା ଫନି ବାତ୍ୟା ନେଇ ଯାଇଚି ଯୋଜନ

ଯୋଜନ।

ମୁଁ ବି ବହୁତ ଦିନରୁ ଭୋକ ,ଶୋଷରେ ଆଉଟଣ।

ଯାହାକୁ ଡାକିଲେ ବି କାଲାର ଅଭିନୟ।

ସମୟର ଘୋର ଅଭାବ।

ଛୋଟ, ଛୋଟ ବାଦଲ ଆକାଶର।

ବଇଶାଖର ନିଦାଘରେ ବରଷା ବରଷିବ।

ମୋ ମୃତପିଣ୍ଡରେ ପ୍ରାଣସଞ୍ଚାର ହେବ।

ଥୁଣ୍ଟାବରଗଛରେ ପତ୍ର କଅଁଳିବ।

ମୁଁ ଭାବୁଛି ସମୟ ଆସିଲାଣି ମୋତେ ଯିବାକୁ ହେବ।

ମୁଁ ମଝି କି ତଳ ବରଡା ନୁହେଁ, ମୁଁ ପରା ଉପର ବରଡା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy