STORYMIRROR

Madhusmita Prusty

Tragedy

3  

Madhusmita Prusty

Tragedy

ଥୁଣ୍ଟାଗଛ

ଥୁଣ୍ଟାଗଛ

1 min
245


ଥିଲି ଦିନେ ମୁହିଁ ସବୁଜ ସୁନ୍ଦର 

ଗହଳ ଥିଲା ମୋ ଡାଳ, 

ଫୁଲଫଳ ଭରା ଥିଲା ମୋର କାୟା 

ପକ୍ଷୀ ରାବ କୋଳାହଳ |


କ୍ଲାନ୍ତ ପଥିକଟି ବିଶ୍ରାମ ଆଶାରେ 

ବସୁଥିଲା ବୃକ୍ଷ ମୂଳେ, 

ମିଠା ଫଳ ଖାଇ ମନ ଭରୁଥିଲେ 

ଖେଳୁଥିଲେ ଛାଇ ତଳେ |


କେତେ ଯାନିଯାତ୍ରା ବିଭା ବ୍ରତଘର 

ସବୁର ମୁଁ ମୂକ ସାକ୍ଷୀ, 

କୁନି କୁନି ପିଲା ଖେଳ କୁଦ ଦେଖି 

ଭରି ଯାଉଥିଲା ଆଖି |


ବଦଳି ଗଲାଣି ପରିବେଶ ଏବେ 

ପ୍ରଦୂଷିତ ଜଳବାୟୁ, 

ଧୀରେ ଧୀରେ ପତ୍ର ଝଡା ଦେଲାଣି ମୋ 

ସରି ଆସିଲାଣି ଆୟୁ |


ଭରା ସବୁଜିମା ଶୁଷ୍କ ହେଲାଣି ମୋ 

ଝଡିଲାଣି ପତ୍ର ଡ଼ାଳୁ, 

ଥୁଣ୍ଟା ଦିଶୁଅଛି ଶରୀରର ଶୋଭା 

କୋହ ଆସେ ମନତଳୁ |


ସତେ ଅବା ଆଉ ସତେଜ ହେବିନି 

ଏତିକି ଥିଲା ମୋ ଖେଳ, 

ଥୁଣ୍ଟା ଗଛ ସାଜି ଠିଆ ହୋଇ ଅଛି 

ପୂରିଯିବ କେଵେ କାଳ |



Rate this content
Log in

Similar oriya poem from Tragedy